ମନାକଲେ ମିଳିବନି ମାଗଣା ଟିକା
ମନାକଲେ ମିଳିବନି ମାଗଣା ଟିକା
admin
Jan 19, 2021 - 06:20
Updated: Jan 19, 2021 - 06:20
ଭୁବନେଶ୍ୱର: ଶନିବାର ଠାରୁ ଦେଶରେ ଟିକାକରଣର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବି ଶନିବାର ବିଭିନ୍ନ ସ୍ଥାନରେ ଟିକାକରଣ କରାଯାଇଥିଲା । ଅବଜରଭେସନ ପାଇଁ ରବିବାର ଟିକା ଦିଆଯାଇନଥିଲା । ତେବେ ସୋମବାର ଠାରୁ ପୁଣି କୋଭିଡ-୧୯ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ଟିକା ନେବାକୁ ମନା କଲେ ଆଉ ମାଗଣା ଟିକା ମିଳିବ ନାହିଁ । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସୋମବାର ଟିକାକରଣ ସଫଳ ହୋଇଛି । ୧୦୨ ପ୍ରତିଶତ ସଫଳତା ମିଳିଛି । ସୋମବାର ୩୭୫ଟି ସେସନ୍ସ ଥିଲା ଓ ମଙ୍ଗଳବାର ୧୯୨ଟି ସେସନ୍ସରେ ଟିକାକରଣ କରାଯିବ । ସୋମବାର ୩୨ ହଜାର ୫୨୬ଜଣଙ୍କୁ ଟିକା ଦିଆଯାଇଛି । ମଙ୍ଗଳବାର ୧୬ ହଜାର ୨୬୧ଜଣଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି । କୌଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନାହିଁ । ୭ଟି ସାମାନ୍ୟ କେସ ଆସିଛି । ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ଉପଲବ୍ଧ । ଯେତିକି ଆସିଛି ତାହା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୨ଟି ଡୋଜ ହିସାବରେ ପର୍ଯ୍ୟାପ୍ତ । ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନୁରୋଧ, ଆଗକୁ ଆସି ଟିକା ନିଅନ୍ତୁ । ଅନୁପସ୍ଥିତ ରହିଲେ ମିଳିବ, କିନ୍ତୁ ମନାକଲେ ଆଉ ମାଗଣା ଟିକା ମିଳିବ ନାହିଁ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।