ମଣିପୁର : ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଏକ ବର୍ବରଚିତ ଘଟଣା ସାମ୍ନାକୁ ଆସିଛି । ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ୟାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଣ୍ଟରରେ କାର୍ୟ୍ୟ କରୁଥିଲେ ।
କିଛି ଦୁବୃର୍ତ୍ତ ସେମାନଙ୍କୁ ଆକ୍ରମଣ କରିବା ସହ ଏକ ଘରୁ ଉଠାଇ ନେଇଥିଲେ । ସେଠାରେ ପ୍ରାୟ ଦେଢ ଘଣ୍ଟା ପର୍ୟ୍ୟନ୍ତ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ଦୁଇ ଯୁବତୀଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁସ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହଦିନ ଏହି ଘଟଣା ମଧ୍ୟ ଘଟିଥିଲା ।
ସବୁଠୁ ବଡ଼ କଥା ହେଉଛି, ଯେଉଁ ହିଂସାକାରୀମାନେ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ତାଙ୍କ ସହ କିଛି ମହିଳା ହିଂସାକାରୀ ମଧ୍ୟ ଥିଲେ । ଯେଉଁମାନେ ପୁରୁଷ ହିଂସାକାରୀଙ୍କୁ ଏଭଳି କରିବାକୁ ପ୍ରର୍ବତାଇଥିଲେ । ତେବେ ଏନେଇ ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଜିରୋ ଏଫଆଇର ରୁଜୁ କରିଥିଲେ । କିନ୍ତୁ ଏପର୍ୟ୍ୟନ୍ତ ପୁଲିସ ନା ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ନେଇଛି ବଂର ଦୁଇ ଯୁବତୀଙ୍କୁ ଠାବ କରିବାରେ ବିଫଳ ହୋଇଛି ।