ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର

ନୂଆଦିଲ୍ଲୀ:   ସାରା ଦେଶର ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସନ୍ତା ସପ୍ତାହରେ ସବୁଠାରୁ ଖୁସି ଖବର ଆସିବାକୁ ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହରେ ରବିବାର ବ୍ୟତୀତ ଶନିବାର ମଧ୍ୟ ଛୁଟି ଦିଆଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ଏନେଇ ଆସନ୍ତା ସପ୍ତାହରେ ଅପଡେଟ୍ ସାମ୍ନାକୁ ଆସିବ ।
ଏବେ ଦେଶରେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହର ରବିବାର ଓ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମିଳୁଛି । ଏହି ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ରମରେ ଦେଶର ପ୍ରତି ବ୍ୟାଙ୍କ କର୍ମଚାରୀଙ୍କୁ ମାସର ସମସ୍ତ ରବିବାର ଓ ଶନିବାର ଛୁଟି ମିଳିବ । ଅର୍ଥାତ ସପ୍ତାହରେ ୫ ଦିନ କାର୍ୟ୍ୟ ଦିବସ ରହିବ ଓ ବାକି ୨ ଦିନ ବ୍ୟାଙ୍କ କର୍ମଚାରୀ ଆରାମ କରିବେ ।ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆସନ୍ତା ସପ୍ତାହ ଶୁକ୍ରବାର ଦିନ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏନେଇ ଜୁଲାଇ ୨୮ ତାରିଖରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନର ବ୍ୟାଙ୍କ କର୍ମଚାରୀ ସଂଗଠନ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ କର୍ମଚାରୀ ସହିତ ବୈଠକ ହେବ । ହେଲେ ଏହା ପୂର୍ବରୁ ମେ’ ମାସର ଖବର ମୁତାବକ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ଓ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସପ୍ତାହରେ ୫ ଦିନ କାର୍ୟ୍ୟ କରିବାକୁ ସହମତି ପ୍ରକାଶ ପାଇଥିଲା ।