ମଙ୍ଗଳ ଯିବ ହେଲିକପ୍ଟର

ମଙ୍ଗଳ ଯିବ ହେଲିକପ୍ଟର

ମଙ୍ଗଳ ଯିବ ହେଲିକପ୍ଟର
ଏବେ ମଙ୍ଗଳ ଗ୍ରହକୁ ଯିବା ଲାଗି ନାସା ପକ୍ଷରୁ ଏକ ହେଲିକପ୍ଟର ନିର୍ମାଣ କରାଯାଇଛି । ଏହା ବିଭିନ୍ନ ପରୀକ୍ଷଣରେ ସଫଳ ହେବା ପରେ ଉଡାଣ ପାଇଁ ପ୍ରସ୍ତୁତ । କାଲିଫର୍ଣ୍ଣିଆର ପାସାଡେନାସ୍ଥିତ ନାସାର ଜେଟ୍ ନିର୍ମାଣ ଲାବୋରେଟୋରୀର ମଙ୍ଗଳ ହେଲିକପ୍ଟର ପ୍ରକଳ୍ପ ଦାୟିତ୍ୱରେ ଥିବା ମିମି ଆଙ୍ଗ ଏହି ସୂଚନା ଦେଇଛନ୍ତି । ଏହି ହେଲିକପ୍ଟର ମାର୍ସ ୨୦୨୦ ରୋଗର ସହିତ ଏକ ୟୁନାଇଟେଡ ଲଂଚ୍ ଆଲାଏନ୍ସ ଆଟଲାସ ସି ରକେଟ୍ ଦ୍ୱାରା ୨୦୨୦ ଜୁଲାଇ ମାସରେ ଫୋରିଡାର କେପ୍ କାନାଭେରାଲ ଏୟାରଫୋର୍ସ ଷ୍ଟେସନରୁ ଉଡାଣ କରିବ । ୨୦୧୧ ଫେବୃଆରୀ ମାସ ସୁଦ୍ଧା ଏହା ମଙ୍ଗଳ ଗ୍ରହରେ ପହଂଚିବ ବୋଲି କୁହାଯାଉଛି ।