କଙ୍ଗନାଙ୍କ ଖୁସି ...

କଙ୍ଗନାଙ୍କ ଖୁସି ...

କଙ୍ଗନାଙ୍କ ଖୁସି ...
ସଂଖ୍ୟାଧିକ ଭାରତୀୟ ଚଳଚ୍ଚିତ୍ର ଇତି ମଧ୍ୟରେ ବିଦେଶୀ ରାଇଜରେ ମୁକ୍ତିଲାଭ କରି ପ୍ରଶଂସିତ ହୋଇସାରିଛି । ସଲମାନ ଖାନଙ୍କ କେତୋଟି ଚଳଚ୍ଚିତ୍ରରେ ଚୀନର ବେଜିଂରେ ବ୍ୟାବସାୟିକ ସଫଳତା ପାଇବା ସହ ଆଜିକାଲି ଆୟୁଷ୍ମାନ ଖୁରାନା ମଧ୍ୟ ଚୀନ ପ୍ରଶଂସକଙ୍କ ହୃଦ ଜିଣିସାରିଛନ୍ତି । ତେବେ ଅଭିନେତାଙ୍କ ଏହି ତାଲିକାରେ ପ୍ରଥମ କରି କଙ୍ଗନା ରାଣାୱତ ସାମିଲ ହୋଇଛନ୍ତି । ରାଧାକୃଷ୍ଣା ଜଗରଲାମୁଣ୍ଡି ନିଦେ୍ର୍ଧଶିତ ଚଳଚ୍ଚିତ୍ର ମଣକର୍ଣ୍ଣିକା’ ୫୫ଟି ରାଷ୍ଟ୍ରରେ ଇତି ମଧ୍ୟରେ ମୁକ୍ତିଲାଭ କରିସାରିଛି । ଏବେ ଜାପାନର ପ୍ରତ୍ୟେକ ପ୍ରାନ୍ତରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଜାପାନ ସିନେ ଆୟୋଜକ କଙ୍ଗନାଙ୍କୁ ମଧ୍ୟ ସେଠାକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇସାରିଛନ୍ତି । ତାଙ୍କ ଅଭିନୀତ ଚଳଚ୍ଚିତ୍ରକୁ ବିଦେଶୀ ରାଇଜ ତରଫରୁ ସମ୍ମାନିତ କରାଯାଉଥିବାରୁ କଙ୍ଗନା ମଧ୍ୟ ଖୁବ୍ ଖୁସି ଅଛନ୍ତି । ଏବେ ସେ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ଓ ‘ଜୟଲଳିତା ବାୟୋପିକ୍’ କାମରେ ବ୍ୟସ୍ତ ଥିବାର ପ୍ରକାଶ ।