ମଇଁଷିର ଦାମ ୧୦ କୋଟି !
ମଇଁଷିର ଦାମ ୧୦ କୋଟି !
ମେରଠରସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱବିଦ୍ୟାଳରେ କୃଷି ମେଳା ଆୟୋଜିତ ଚାଲିଛି ଦେଶର ବିଭିନ୍ନ ଅ‚ଳରୁ ଗାଇ ଗୋରୁ ଅନେକ ପ୍ରକାରର ଗଛଲତା ଏଥିରେ ପ୍ରଦର୍ଶିତ ହୋଇଛି । ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଗୋଲୁ-ଟୁ ମଇଁଷି । ମଇଁଷିକୁ ଦେଖିବାକୁ ପ୍ରତିଦିନ ଶହ ଶହ ଲୋକ ଭିଡ କରୁଛନ୍ତି । ଜଣେ ଚାଷୀ ଏହି ମଇଁଷି ବଦଳରେ ତା ମାଳିକକୁ ୨୦ ଏକର ଜମି ଦେବାକୁ ପ୍ରସ୍ତୁତି ଥିଲା ହେଲେ କିନ୍ତୁ ମାଲିକ ଜଣଙ୍କ ତାହାର ପ୍ରିୟ ମଇଁଷିକୁ ବିକ୍ରି କରିବାକୁ ରାଜି ନୁହନ୍ତି ।
ପାନିପତର ଡିଡବାଡୀବାସିନ୍ଦା ନରେନ୍ଦ୍ର ସିଂହ ଏହି ମଇଁଷିର ମାଲିକ । ଏହି ମଇଁଷି ଯତ୍ନ ନେବାକୁ ସେ ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ମଇଁଷି ପ୍ରତି ଦିନ ଡ୍ରାଏଫ୍ରୁଟସ , ଦେଶୀ ଘିଅ ଖାଉଛି । ମେଳାରେ ଗାଲୁ-ଟୁ କିଣିବାକୁ ଗ୍ରାହକ ତାଙ୍କୁ ୧୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ ବୋଲି ସେ ଜଣାଇଛନ୍ତି ।




admin 