ଭୁଲ୍ ଇଂଜେକ୍ସନ୍ ଯୋଗୁଁ ଚାଲିଗଲା ଜୀବନ
ଭୁଲ୍ ଇଂଜେକ୍ସନ୍ ଯୋଗୁଁ ଚାଲିଗଲା ଜୀବନ
ଝାରସୁଗୁଡ଼ା: ଡାକ୍ତର ଭୁଲ ଇଞ୍ଜେକସନ୍ ଦେବା ଯୋଗୁ ଚାଲିଗଲା ନାବାଳିକାର ଜୀବନ। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ। ମୃତକ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ତୁଳସୀ ମହାନନ୍ଦ(୬) ବର୍ଷ।।
ଅଭିଯୋଗ ଅନୁସାରେ, ତୁଳସୀଙ୍କ ଶରୀରର କିଛି ସ୍ଥାନରେ ବଥ ହୋଇଥିଲା। ଗତକାଲି ପରିବାର ଲୋକେ ତାଙ୍କୁ ଗାନ୍ଧୀ ଛକରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସରୋଜ ପ୍ରଧାନ ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ଇଞ୍ଜେକସନ୍ ଦେଇଥିଲେ।
ଇଞ୍ଜେକସନ ନେବାର କିଛି ସମୟ ପରେ ତୁଳସୀ ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲେ। ପରେ ଡାକ୍ତର ସରୋଜ ନିଜ କ୍ଲିନିକ୍ ଷ୍ଟାଫଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ନାବାଳିକାର ଅବସ୍ଥା ଗୁରୁତର ଥିବା ଜାଣିପାରି ଝାରସୁଗୁଡ଼ାର ଏକ ଘରୋଇ କ୍ଲିନକକୁ ପଠାଇ ଦେଇଥିଲେ।
ସେଠାରେ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକ ମୃତଦେହକୁ ବ୍ରଜରାଜନଗର ଆଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।




admin 