‘ଭାରତରତ୍ନ ଡ. ଆମ୍ବେଦକର ପୁରସ୍କାର’ ପାଇଲେ ଦିଲୀପ କୁମାର

‘ଭାରତରତ୍ନ ଡ. ଆମ୍ବେଦକର ପୁରସ୍କାର’ ପାଇଲେ ଦିଲୀପ କୁମାର

‘ଭାରତରତ୍ନ ଡ. ଆମ୍ବେଦକର ପୁରସ୍କାର’ ପାଇଲେ ଦିଲୀପ କୁମାର

ମୁମ୍ବାଇ: ଦିବଂଗତ ଖ୍ୟତାନାମା, ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଦିଲୀପ କୁମାରଙ୍କୁ 'ଭାରତରତ୍ନ ଡ.ଆମ୍ବେଦକର' ପୁରସ୍କାର ପ୍ରଦାନ କରାଯାଇଛି । ଭେଟେରାନ ଅଭିନେତ୍ରୀ ସାୟରା ବାନୁ ସ୍ବାମୀଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବା ପରେ ପତି ତଥା ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତରତ୍ନ' ପ୍ରଦାନ କରିବାକୁ ଦାବି କରିଛନ୍ତି ।

'ଭାରତରତ୍ନ ଡ.ଆମ୍ବେଦକର' ପୁରସ୍କାର ଗ୍ରହଣ କରିବା ପରେ ସେ ଭାବବିହ୍ବଳ ହୋଇଥିଲେ । ସାୟରା କହିଥିଲେ ଦିଲୀପ ସାହେବ ଆମ ଦେଶର କୋହିନୂର ଥିଲେ । ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବା ଆବଶ୍ୟକ । 

ପ୍ରକାଶ ଥାଉ କି, ୨୦୨୧ ଜୁଲାଇରେ ୯୮ ବର୍ଷ ବୟସରେ ବର୍ଷିୟାନ ଭେଟେରାନ ଅଭିନେତା ଦିଲୀପଙ୍କର ନିଧନ ହୋଇଥିଲା । ଦିଲୀପଙ୍କ ଯିବା ପରେ ସାୟରା ଏକଦମ ଏକା ହେଇଯାଇଛନ୍ତି । ସ୍ବାମୀଙ୍କ ସ୍ମୃତିକୁ ସାଥୀରେ ନେଇ ବାକି ଜୀବନ କାଟୁଛନ୍ତି ସାୟରା ବାନୁ ।