ଭୁବନେଶ୍ୱର, ବ୍ରହ୍ମପୁରରେ ମହିଳା ମେୟର

ଭୁବନେଶ୍ୱର, ବ୍ରହ୍ମପୁରରେ ମହିଳା ମେୟର

ଭୁବନେଶ୍ୱର, ବ୍ରହ୍ମପୁରରେ ମହିଳା ମେୟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ। ତେବେ କଟକ ମହାନଗର ନିଗମର ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଛି। ବୁଧବାର ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ନଗର ଉନ୍ନୟନ ବିଭାଗ। ଏ ନେଇ କୌଣସି ଆପତ୍ତି, ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି।

ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏ ନେଇ ଭୁବନେଶ୍ୱର ରାଜନୀତି ଏବେ  ଚଳଚଞ୍ଚଳ ହୋଇପଡିଛି। ତେବେ ପୂର୍ବରୁ ଏ ପଦବୀ ପାଇଁ ଆଶାୟୀ ଥିବା ଅନେକ ନେତା ଏବେ ନିରାଶ ହୋଇପଡିଛନ୍ତି । ସେମାନେ ଏବେ ଡେପୁଟି ମେୟର ପଦବୀ ପାଇଁ ଆଶା ବାନ୍ଧିଲେଣି।