ଏ ବର୍ଷ କେଉଁ ରାଶିଧାରୀ ପାଇବେ ମନ ପସନ୍ଦ ଜୀବନସାଥୀ
ଏ ବର୍ଷ କେଉଁ ରାଶିଧାରୀ ପାଇବେ ମନ ପସନ୍ଦ ଜୀବନସାଥୀ
ଭୁବନେଶ୍ୱର: ନୂଆ ବର୍ଷ ନୂଆ ଆଶା ଓ ଉକôଣ୍ଠାକୁ ନେଇ ଆରମ୍ଭ ହୋଇଯାଇଛି । ନୂଆବର୍ଷରେ ଅନେକଙ୍କ ମନରେ ଅନେକ ଆଶା ରହିଛି । କିଏ ଚାକିରୀ ପାଇଁ ତ କିଏ ବିବାହ ପାଇଁ ଆଶା ରଖିଛନ୍ତି । ତେବେ ଆସ୍ତୁ ଜାଣିବା ୨୦୨୨ରେ କେଉଁ ରାଶିର ବ୍ୟକ୍ତି ମାନେ ମନପସନ୍ଦର ଜୀବନ ସାଥୀ ପାଇବେ...
> କର୍କଟ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଧନ ଓ ଜୀବନସାଥୀ ମାମଲାରେ ବେଶ୍ ଭଲ ରହିବ। ଅଗଷ୍ଟ ମାସ ୭ତରିଖରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ । ଏଥିଲାଗି ବିବାହ ଯୋଗ ସୃଷ୍ଟି ହେବ । ଏଣୁ ଏମାନଙ୍କ ପାଇଁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବିବାହ ଯୋଗ ସୃଷ୍ଟି ହେବ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ବିବାହ କରିବାକୁ ଏହି ବର୍ଷଟି ଭାଗ୍ୟଶାଳୀ ରହିବ ।
>କନ୍ୟାରାଶି: ନୂଆ ବର୍ଷଟି କନ୍ୟା ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ବର୍ଷ ଆରମ୍ଭରୁ ୪ମାସ ଜୀବନସାଥୀ ଖୋଜା ଉପରେ ବିରାମ ଲାଗିବ । କାରଣ ୨୪ ସେପ୍ଟେମ୍ବରରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ । ତେବେ ଏହି ସମୟ ମଧ୍ୟରେ ବିବାହ ଯୋଗ ରହିଛି ।
>ବିଛା ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଧନ ଏବଂ କ୍ୟାରିୟର ମାମଲାରେ ବହୁତ ଭଲ ରହିବ। ନଭେମ୍ବରରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ । ଏହାପରେ ଅପଣଙ୍କୁ ଭଲ ଜୀବନସାଥୀ ମିଳିବ ।
>ମୀନ ରାଶି: ଏହି ରାଶିରେ ଏପ୍ରିଲ ୧୩ରୁ ବୃହସ୍ପତ୍ତି ଗୋଚର କରିବାକୁ ଯାଉଛନ୍ତି । ଏଣୁ ଏହି ରାଶିର ଜାତକଧାରୀଙ୍କ ପାଇଁ ବିବାହର ବହୁତ ଭଲ ଯୋଗ ସୃଷ୍ଟି ହେବ।
>ସିଂହ ରାଶି: ନୂଆବର୍ଷରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବିବାହାର ପ୍ରବଳ ଯୋଗ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆରମ୍ଭରୁ ଖାସ୍ ବ୍ୟକ୍ତି ଆସିପାରନ୍ତି । ଏପ୍ରିଲରୁ ସେପ୍ଟେମ୍ବର ମାସରେ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିବାହ ଯୋଗ ରହିଛି ।




admin 