ଭୁବନେଶ୍ୱରରେ ୧୨ କିମି ଫ୍ଲାଏଓଭର ଯୋଜନା

ଭୁବନେଶ୍ୱରରେ ୧୨ କିମି ଫ୍ଲାଏଓଭର ଯୋଜନା

ଭୁବନେଶ୍ୱରରେ ୧୨ କିମି ଫ୍ଲାଏଓଭର ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ଛାତି ଉପରେ ଛିଡ଼ା ହେବ ରାଜ୍ୟର ସର୍ବବୃହତ ଫ୍ଲାଏଓଭର । ଏହାର ଲମ୍ବ ରହିବ ୧୨ କିଲୋମିଟର । ହଁ, ଆଜ୍ଞା ରାଜଧାନୀର ଟ୍ରାଫିକ ସମସ୍ୟାକୁ ନଜରରେ ରଖି ଏମିତି କିଛି ମେଗା ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି ସରକାର । ସର୍ଭେ ରିପୋର୍ଟ ଉପରେ ଅନୁଧ୍ୟାନ ଚାଲିଛି । ସବୁ ଦିଗକୁ ଅନୁଧ୍ୟାନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଯଦି ସବୁ କିଛି ଠିକଠାକ ରହେ, ତେବେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୧୨ କିମି ରାସ୍ତା ଉପରେ ଏହି ଅତ୍ୟାଧୁନିକ ଫ୍ଲାଏଓଭର ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବ ଉପରେ ବିଚାର ବିମର୍ଷ ଚଳାଇଛନ୍ତି ପୂର୍ତ୍ତ ବିଭାଗର ଟିମ୍ ।

 ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ଏବେ ସବୁଠୁ ବ୍ୟସ୍ତବହୁଳ ରାସ୍ତା । ଏ ଅଂଚଳରେ ଜନବସତି ବଢ଼ିବା ସହ ବହୁ ଶିକ୍ଷାନୁଷ୍ଠାନ ଓ କର୍ପୋରେଟ ଅଫିସ ଏବଂ ଦୋକାନ ବଜାର ବଢ଼ିଗଲାଣି । କଟକ-ଭୁବନେଶ୍ୱର ସଂପ୍ରସାରଣ ହେଉଥିବାବେଳେ ଏ ରାସ୍ତାରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ନେଇଛି । ତେଣୁ ବାରମ୍ବାର ଏ ରାସ୍ତାରୁ ଟ୍ରାଫିକ ଭିଡ କମାଇବା ନେଇ ଯୋଜନା କରାଯାଇଛି । ପୂର୍ବରୁ ଯୋଜନା ଥିଲା ଯେ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣାରେ ଦୁଇଟି ଫ୍ଲାଏଓଭର ହେବ । ଏବେ କିନ୍ତୁ ଦୀର୍ଘସ୍ଥାୟୀ ଯୋଜନାରେ ପୂରା ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୧୨ କିମି ଫ୍ଲାଏଓଭର ନିର୍ମାଣ ପାଇଁ ବିଚାର କରାଯାଉଛି ।  ଏହାସହ ଦୁଇ ପାଶ୍ୱର୍ରେ ସର୍ଭିସ୍ ରୋଡ ବି ରହିବ । 

  ଯଦି ଏହି ୧୨ କିମି ଫ୍ଲାଏଓଭର ନିର୍ମାଣ ହେବ, ଏହା ରାଜ୍ୟର ସବୁଠୁ ଦୀର୍ଘତମ ଫ୍ଲାଏଓଭର ହେବ । ରାଜ୍ୟର କୌଣସି ନଦୀ ଉପରେ ବି ଏତେ ବଡ଼ ବ୍ରିଜ୍ ନାହିଁ । ଏ ଫ୍ଲାଏଓଭରକୁ ପୂରା ବିଦେଶୀ ଟେକ୍ନୋଲୋଜିରେ କମ୍ ସମୟ ଭିତରେ ନିର୍ମାଣ କରିବା ନେଇ ଯୋଜନା କରାଯାଉଛି ।