ଭୁବନେଶ୍ବର ଶିଖରଚଣ୍ଡୀରେ ହାତୀ ଆତଙ୍କ ।

ଭୁବନେଶ୍ବର ଶିଖରଚଣ୍ଡୀରେ ହାତୀ ଆତଙ୍କ ।

ଭୁବନେଶ୍ବର ଶିଖରଚଣ୍ଡୀରେ ହାତୀ ଆତଙ୍କ ।
ରାଜଧାନୀ ଉପକଣ୍ଠରେ ରହିଥିବା ସଂରକ୍ଷିତ ଭରତପୁର ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଛି । ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଜଙ୍ଗଲରେ ଏହି ଦୁଇଟି ହାତୀ ବୁଲାବୁଲି କରିଥିଲେ। ଗୋଠ ଛଡ଼ା ହୋଇଯାଇଥିବାରୁ ଏହି ଦୁଇଟି ହାତୀ ଜନବସତି ଆସିଥିବା ସୂଚନା ମିଳିଛି। ହାତୀ ଦେଖିବା ପାଇଁ ଲୋକମାନେ ଛାତ ଉପରେ ଠିଆ ହୋଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତ କରାଯିବା ସହିତ ହାତୀ ଦୁଇଟିର ଗତିବିଧି ଉପରେ ନଜର ରଖିଛି ବନବିଭାଗ। ଲୋକଙ୍କ ସୁରକ୍ଷା ପ୍ରଦାନ ସହିତ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ବନ ବିଭାଗର ତିନୋଟି ଟିମ୍‌ ବିଭିନ୍ନ ଦିଗରେ ରହିଛନ୍ତି। ବନ ବିଭାଗ କର୍ମଚାରୀ କହିଛନ୍ତି ଯେ ରାଜଧାନୀକୁ ଆଜି ସକାଳୁ ଆସିଥିଲେ ୨ଟି ହାତୀ ଆସିଥିଲେ। ଗୋଟିଏ ହାତୀ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଯାଇଛି। ଅନ୍ୟହାତୀଟି ସକାଳ ହୋଇଯିବାରୁ ଯାଇପାରି ନାହିଁ। ସ୍ଥାନୀୟ ଜନସାଧାରଣ ଏବଂ ହାତୀକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଜଙ୍ଗଲ ବିଭାଗର ତିନୋଟି ଟିମ୍‌ ପ୍ରସ୍ତୁତ ହୋଇ ରହିଛି। କମିଶନରେଟ୍‌ ପୁଲିସର ପିସିଆର୍‌ ଭ୍ୟାନ୍‌ ମଧ୍ୟ ପ୍ରସ୍ତୁତ ରହିଛି। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ମଧ୍ୟ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି।