ଭିଜିଲାନ୍ସ ଜାଲରେ ସ୍ୱାମୀ ଓ ସ୍ତ୍ରୀ

ଭିଜିଲାନ୍ସ ଜାଲରେ ସ୍ୱାମୀ ଓ ସ୍ତ୍ରୀ

ଭିଜିଲାନ୍ସ ଜାଲରେ ସ୍ୱାମୀ ଓ ସ୍ତ୍ରୀ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସ୍ୱାମୀ ଓ ସ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି । ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‌ ଓ ତାଙ୍କ ପତ୍ନୀ ୱେସ୍କୋ ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ୪ଟି ଟିମ୍‌ ସରକାରୀ ଦମ୍ପତ୍ତିଙ୍କ ଘରେ ଚଢ଼ାଉ କରିଛି । ବଲାଙ୍ଗୀର ପ୍ୟାଲେସ୍‌ ଲେନ୍‌ରେ ଥିବା ସେମାନଙ୍କ ବାସଭବନରେ ଖୋଳତାଡ଼ ଚାଲିଛି । ଏହା ସହିତ ତ୍ରିନାଥଙ୍କ ଅବକାରୀ କାର୍ୟ୍ୟାଳୟ ଓ ସୀତାରାଣୀଙ୍କ ୱେସ୍କୋ କାର୍ୟ୍ୟାଳୟରେ ଚଢ଼ାଉ ଚାଲିଛି । ଏହା ସହିତ ତ୍ରିନାଥଙ୍କ ନୂଆପଡ଼ା ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପହଁଚି ଖୋଳତାଡ଼ କରୁଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି । ଏଥିରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି ।