ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର ...
ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର ...
admin
Dec 19, 2019 - 11:57
Updated: Dec 19, 2019 - 11:57
କୋକସରା (ଜଗଦିଶ ଚନ୍ଦ୍ର ନାଏକ) - କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ପୁଣି ଜଣେ ବୃଦ୍ଧା ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗୁରୁବାର ସକାଳୁ ଡେଙ୍ଗାଗୁଡା ଗ୍ରାମର ସୁରେଖା ବାଗ ଶୌଚ ହେବାପାଇଁ ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ସୁରେଖା ଚିତ୍କାର କରିବାରୁ ପାଖରେ ଥିବା ଲୋକେ ତାଙ୍କର ଚିତ୍କାର ଶୁଣି ଭାଲୁଟିକୁ ଘୋଉଡେ଼ଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ତଦନ୍ତ ସେଠାରୁ ସୁରେଖାଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାଙ୍କୁ ସ୍ଥାନାନ୍ତର କରିଥିଲେ ଜ୍ଝ ଏଠାରେ ସୂଚନାଯୋଗ୍ୟଯେ, ଗତ ୭ ତାରିଖ ଦିନ ଏହି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମର ମାଧବ ସୁନା ଜଙ୍ଗଲି ଭାଲୁ ଆକ୍ରମଣର ଶିକାର ହେଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୧୨ ଦିନ ବ୍ୟବଧାନରେ ଏହି ଅଞ୍ଚଳରେ ପୁଣି ଜଣେ ଲୋକ ଭାଲୁ ଆକ୍ରମଣର ଶିକାର ହୋଉଥିବାବେଳେ ବନ ବିଭାଗ କୈାଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଯୋଗୁଁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବେହେରା ଫରେଷ୍ଟର ସୁରେଶ ରାଉତଙ୍କୁ ପଚାରିବାରୁ ସରକାରୀ ସ୍ତରରେ ଚିକିତ୍ସା ସହାୟତା ଯୋଗାଇଦିଆଯିବାର ବ୍ୟବସ୍ଥା ରହିଛି, ଆଉ ଭାଲୁ କବଲରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ସୂଚନା ଦିଆଯାଉଛି ବୋଲି କହିଥିଲେ।