ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ: ବ୍ୟାଟିଂ କରିବ ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ: ବ୍ୟାଟିଂ କରିବ ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ: ବ୍ୟାଟିଂ କରିବ ଭାରତ
ପୁଣେ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଟିମ୍‌ ଇଣ୍ଡିଆ ୧-୦ରେ ସିରିଜରେ ଆଗୁଆ ରହିଛି। ଭାରତ ପ୍ଲେଇଙ୍ଗ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରି ହନୁମା ବିହାରୀଙ୍କ ବଦଳରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଖେଳାଇଛି। ପିଚରେ କିଛି ପରିମାଣର ଘାସ ଥିବାରୁ ଟିମ୍‌ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ଏକମାତ୍‌ ପରିବର୍ତ୍ତନ କରିଛି । ଦ୍ରୁତ ବୋଲର ଆନରିଚ ନୋର୍ଟଯଙ୍କୁ ଏକାଦଶରେ ସ୍ଥାନ ଦେଇଛି।