ଭାରତରେ ଟିକାର ଅଭାବ ଦେଖାଦେବା ସାରା ବିଶ୍ୱକୁ ଚିନ୍ତାରେ ପକାଇଲାଣି

ଭାରତରେ ଟିକାର ଅଭାବ ଦେଖାଦେବା ସାରା ବିଶ୍ୱକୁ ଚିନ୍ତାରେ ପକାଇଲାଣି

ଭାରତରେ ଟିକାର ଅଭାବ ଦେଖାଦେବା ସାରା ବିଶ୍ୱକୁ ଚିନ୍ତାରେ ପକାଇଲାଣି
ନୂଆଦିଲ୍ଲୀ: ଭାରତ ପ୍ରଥମରୁ ଟିକା ମୈତ୍ରୀ ଅଭିଯାନ ଅଧୀନରେ ବିଦେଶ ରାଷ୍ଟ୍ରମାନଙ୍କୁ କରୋନା ଟିକା ଉପହାର ରୂପେ ଦେଇଛି ଏବଂ ଟିକା ରପ୍ତାନୀ କରିଛି । କିନ୍ତୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନସଂଖ୍ୟା ଥିବା ରାଷ୍ଟ୍ର ଭାରତରେ ହଠାତ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଦେଶରେ ଟିକାର ଅଭାବ ଦେଖାଦେବା ସାରା ବିଶ୍ୱକୁ ଚିନ୍ତାରେ ପକାଇଲାଣି । ଭାରତ ପୂର୍ବରୁ ବିଶ୍ୱର ସର୍ବବୃହତ ଟିକା ରପ୍ତାନକାରୀ ରାଷ୍ଟ୍ର ଥିଲା । କିନ୍ତୁ ଏବେ ଭାରତ ଟିକା ଆମଦାନୀ କରୁଛି । ଗତ ଗୁରୁବାର ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୨ ଲକ୍ଷ ଟପିଥିଲା । ତେଣୁ ଭାରତ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପ୍ରୟାସ କରିଛି । ସଂକ୍ରମଣ ହଠାତ ବଢ଼ିବା ସହ ଦେଶରେ ଟିକାର ଅଭାବ ଦେଖାଦେଲାଣି । ତେଣୁ ଭାରତ ଏବେ ଟିକା ଆମଦାନୀ ଆରମ୍ଭ କରିଛି । ଭାରତ ରୁଷର ସ୍ପୁଟନିକ ଭି ଆମଦାନୀ କରିବ । ଚଳିତ ମାସ ଆରମ୍ଭରୁ ଭାରତ ସ୍ପୁଟନିକ ଭି ଆମଦାନୀ କରିବ । ତେବେ ଭାରତ ଟିକା ଆମଦାନୀ କରିବା ପ୍ରମାଣ କରିଦେଇଛି ଯେ, ଦେଶରେ ଟିକାର ଅଭାବ ଦେଖାଦେଇଛି । ଭାରତରେ ଟିକା ଅଭାବ ଯୋଗୁଁ ୬୦ଟି ଗରିବ ରାଷ୍ଟ୍ର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।