ବେଦୀରେ ପ୍ରେମିକାକୁ ପ୍ରେମିକର ଗୁଳି
ବେଦୀରେ ପ୍ରେମିକାକୁ ପ୍ରେମିକର ଗୁଳି
ମଥୁରା: ଠିକ 'ବେୱଫା ସନମ' ଫିଲ୍ମର କାହାଣୀ ଦୃଶ୍ୟ ଦେଖିବାକୁ ମିଳିଛି ବାସ୍ତବ ଜୀବନରେ। ବିବାହ ଚାଲୁଥିବାବେଳେ ପ୍ରେମିକ ଗୁଳିରେ କନ୍ୟାର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଥୁରାର ମୁବାରିକପୁର ଗ୍ରାମରେ। ସୂଚନା ଅନୁସାରେ କାଜଲ ନାମକ ଜଣେ ଝିଅ ଅଭିଯୁକ୍ତକୁ ପ୍ରେମ କରୁଥିଲେ । ହେଲେ ପରିବାର ରାଜି ନହେବାରୁ ତାଙ୍କ ବିବାହ ଅନ୍ୟ ଜଣେ ପୁଅ ସହ ହେଉଥିଲା । ଏନେଇ ତାଙ୍କ ପ୍ରେମିକ ରାଗି ଯାଇଥିଲା ଏବଂ ପ୍ରତିଶୋଧ ନେବା ପାଇଁ ବିବାହସ୍ଥଳରେ ପହଞ୍ଚିଥିଲା ।
ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ଚାଲିଥିବା ବେଳେ ସେ କାଜଲଙ୍କୁ ଗୁଳି କରିଥିଲା । ଘଟଣାସ୍ଥଳରେ ହିଁ କାଜଲଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏନେଇ କାଜଲଙ୍କ ପିତା ନିକଟସ୍ଥ ଥାନାରେ ଏତଲା ଦାଖଲ କରିଛନ୍ତି । ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଛି ।




admin 