ବୁଲେଟ ବାଇକକୁ ପଛପଟୁ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜୀବନ
ବୁଲେଟ ବାଇକକୁ ପଛପଟୁ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜୀବନ
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ନଳାଙ୍ଗ ପଟୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ବୁଲେଟ ବାଇକ ପଛପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା। ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଇଥିବା ଗାଡି ଫେରାର ହୋଇଯାଇଛି।
ତେବେ ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଦୁଇ ପାର୍ଶ୍ୱ ରାସ୍ତାକୁ ଉତ୍ୟକ୍ତ ଲୋକ ଅବୋରାଧ କରି ରଖିଛନ୍ତି। ମୃତକ ଦୁଇ ଯୁବକଙ୍କ ଘର ହେଉଛି ଭଦ୍ରକ ଖଣ୍ଡତଡା ପଂଚାୟତ ହାତୀ ସାହି ଓ ମଉଡା ଗ୍ରାମର ବୋଲି ଜଣା ପଡିଛି।




admin 