ବିହାରରେ ୫୦ ଆସନରେ ଲଢିବ ଶିବସେନା

ବିହାରରେ ୫୦ ଆସନରେ ଲଢିବ ଶିବସେନା

ବିହାରରେ ୫୦ ଆସନରେ ଲଢିବ ଶିବସେନା
ପାଟନା : ବିହାରରେ ୪୦ରୁ ୫୦ ଆସନରେ ଲଢିବ ଶିବସେନା । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ୪୦-୫୦ ଆସନରେ ଶିବସେନା ମୁକାବିଲା କରିବ ବୋଲି ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ମଙ୍ଗଳବାର ଶିବସେନା ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ଦଳ କୌଣସି ମୁଖ୍ୟ ଦଳ ମାନଙ୍କ ସହିତ ମେଣ୍ଟ କରିବ ନାହିଁ । ତେବେ ପପ୍ପୁ ଯାଦବ ଏବଂ ଅନ୍ୟାନ୍ୟ ସ୍ଥାନୀୟ ରାଜନୈତିକ ଦଳ ସହିତ ଆଲୋଚନା ହେବ ବୋଲି ସଞ୍ଜୟ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ବିହାର ଗସ୍ତ ସମୟରେ ପପ୍ପୁ ଯାଦବଙ୍କୁ ଭେଟିବେ ବୋଲି ସଞ୍ଜୟ କହିଛନ୍ତି । ଏହା ସହିତ ଶିବସେନା ପକ୍ଷରୁ ୨୨ ଜଣିଆ ପ୍ରଚାରକ ଦଳ ମଧ୍ୟ ଚୟନ କରାଯାଇଛି । ଏହି ଦଳରେ ସୁବାଷ ଦେଶାଇ, ସଞ୍ଜୟ ରାଉତ, ଅନୀଲ ଦେଶାଇ, ବିନାୟକ ରାଉତ, ଅରବିନ୍ଦ ସାୱନ୍ତ, ପ୍ରିୟଙ୍କା ଚତୁର୍ବେଦୀ, ରାହୁଲ ସେୱାଲେ ଏବଂ କୃପାଳ ଟୁମାନେ ରହିଛନ୍ତି ।