ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ଠପ୍

ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ଠପ୍

ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ଠପ୍
ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ଠପ୍ ହୋଇଛି । ଖୋଦ୍ ବ୍ୟାଙ୍କ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ । ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ, ‘ ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛି ଯେ ଆମ ସହ ରୁହନ୍ତୁ । ଖୁବଶୀଘ୍ର ସାଧାରଣ ସେବାଗୁଡିକ ଆରମ୍ଭ ହେବ ।’ ତେବେ ଏସବିଆଇର ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି । ଏହାର କାରଣ ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ।