ବିଲକୁ ସାର ପକାଇବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ
ବିଲକୁ ସାର ପକାଇବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ
ସମ୍ବଲପୁର, ୨୭ା୯ (ଇମିସ): ବିଲକୁ ସାର ପକାଇବାକୁ ଯାଇଥିଲେ। ହଠାତ୍ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୁଶାମୁରା ବଡ଼ମାଲରେ ସୋମବାର ଅପରାହ୍ଣଷର ଘଟିଛି ଏହି ଘଟଣା। ବଜ୍ରପାତରେ ଏକ ଦମ୍ପତି ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏହି ଗାଁର ଅନ୍ତର୍ୟ୍ୟାମୀ ମାଝୀ (୪୫), ତାଙ୍କ ସ୍ତ୍ରୀ ପଦ୍ମିନୀ ମାଝୀ (୩୭) ଓ କୃଷି ଶ୍ରମିକ ବୁଧୁଆ ବାଗେ (୨୫)।
ସୂଚନା ଅନୁସାରେ, ଅନ୍ତର୍ୟ୍ୟାମୀଙ୍କ ଚାଷ ଜମିରେ ସାର ଦେବାକୁ ସେ, ତାଙ୍କ ପଦ୍ମିନୀ ଓ ଶ୍ରମିକ ବୁଧୁଆ ଟ୍ରାକ୍ଟର ନେଇ ଯାଇଥିଲେ। ଦିନ ପ୍ରାୟ ୨ଟାରେ ବର୍ଷା ହେବାକୁ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ଗାଁର କେହି ଜଣେ ଏହି ଚାଷଜମିକୁ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇଁ ଗ୍ରାମବାସୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।




admin 