ବିରୋଧୀଙ୍କ ହଙ୍ଗାମା, ବିଧାନସଭା ମୁଲତବୀ

ବିରୋଧୀଙ୍କ ହଙ୍ଗାମା, ବିଧାନସଭା ମୁଲତବୀ

ବିରୋଧୀଙ୍କ ହଙ୍ଗାମା, ବିଧାନସଭା ମୁଲତବୀ

ଭୁବନେଶ୍ୱର:  ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ମୁଲତବୀ ହୋଇଯାଇଛି  । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ହାଲାବୋଲ କରିବାରୁ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  । ଫଳରେ ପ୍ରଶ୍ନୋତର କାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରିନାହିଁ  ।

ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ  । କଂଗ୍ରେସ ବିଧାୟକମାନେ ମରୁଡ଼ି ସଂକ୍ରାନ୍ତୀୟ ଆଲୋଚନାରେ ଅଡ଼ି ବସିଥିବାବେଳେ ବିଜେପି ବିଧାୟକମାନେ ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବି କରି ନାରାବାଜି କରିଥିଲେ  । ବିଧାୟକ ସୁର ରାଉତରାୟ, ତାରା ବାହିନୀପତି ଓ ନାଉରୀ ନାଏକ ସଚିବଙ୍କ ଚଉକି ଉପରେ ଠିଆ ହୋଇ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ  । ଉଭୟ ଦଳର ବିଧାୟକମାନଙ୍କ ସ୍ଲୋଗାନବାଜିରେ ଗୃହ କମ୍ପି ଉଠିଥିଲା  । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ  ।

ସର୍ବଦଳୀୟ ବୈଠକ ସଂକ୍ରାନ୍ତରେ ବାଚସ୍ପତି ସୂଚନା ଦେଇ କହିଥିଲେଯେ, ପୁଣି ଥରେ ଗୃହରେ ମରୁଡ଼ି ସଂକ୍ରାନ୍ତୀୟ ଆଲୋଚନା କରାଯିବ  । ଏନେଇ ସରକାର ବିହିତ ପଦକ୍ଷେପ ନେବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି  । ତଥାପିବି ବିରୋଧୀ ସନ୍ତୁଷ୍ଟ ହୋଇନଥିଲେ  । ଗୃହରେ ହାଲାବୋଲ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ  ।