ବିବାଦରେ ଉପବାଚସ୍ପତି, ସ୍କୁଲ୍‌ ବୁଲିବାକୁ ଯାଇ ପିଲାଙ୍କୁ ପିଟିଲେ

ବିବାଦରେ ଉପବାଚସ୍ପତି, ସ୍କୁଲ୍‌ ବୁଲିବାକୁ ଯାଇ ପିଲାଙ୍କୁ ପିଟିଲେ

ବିବାଦରେ ଉପବାଚସ୍ପତି, ସ୍କୁଲ୍‌ ବୁଲିବାକୁ ଯାଇ ପିଲାଙ୍କୁ ପିଟିଲେ

ନୂଆଦିଲ୍ଲୀ : ବିବାଦରେ ଫସିଛନ୍ତି ହିମାଚଳ ପ୍ରଦେଶ ବିଧାନସଭାର ଉପବାଚସ୍ପତି ହଂସରାଜ।। ନିଜ ବିଧାନସଭା କ୍ଷେତ୍ରକୁ ଯାଇଥିବା ବେଳେ ସେଠାରେ ଏକ ସ୍କୁଲ ପରିଦର୍ଶନ ସମୟରେ ଜଣେ ଛାତ୍ରଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଏବେ ସାମାଜିକଗଣମାଧ୍ୟମରେ ଭାଇରାଲ ହେଉଛି। ଏହାକୁ ନେଇ ବିରୋଧୀ ବିଧାନସଭା ଉପାଧ୍ୟକ୍ଷଙ୍କୁ ଘେରିଥିବା ବେଳେ ସମ୍ପୃକ୍ତ ଛାତ୍ରଙ୍କ ପିତା କିନ୍ତୁ ହଂସରାଜଙ୍କ ପକ୍ଷରେ ମତ ଦେଇଛନ୍ତି। ଏହି ଘଟଣା ଚମ୍ବା ଜିଲ୍ଲାର ରୈଲା ଗ୍ରାମରେ ଥିବା ରାଜକୀୟ ମାଧ୍ୟମିକ ସ୍କୁଲରେ ଗତ ଗୁରୁବାର ଘଟିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ହଂସରାଜ ରାଜକୀୟ ମାଧ୍ୟମିକ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ସ୍କୁଲରେ ଛାତ୍ରଙ୍କ ସହ ଆଲୋଚନା କରୁଥିଲେ। ଉକ୍ତ ସମୟରେ ଜଣେ ଛାତ୍ର ହଠାତ କୌଣସି କାରଣରୁ ହସୁଥିବା ନଜର ଆସିଥିଲା । ଏଥିରେ ରାଗିଯାଇ ହଂସରାଜ ସଂପୃକ୍ତ ଛାତ୍ରଙ୍କ ନିକଟକୁ ଯାଇ ଚାପୁଡ଼ା ମାରିଥିଲେ । ଏହି ମାମଲାରେ ଛାତ୍ରର ପିତା  ହଂସରାଜଙ୍କ ପାଇଁ ସଫେଇ ଦେଇଛନ୍ତି । ହଂସରାଜ କିଛି ବୁଝାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କ ହାତ ଛାତ୍ରଙ୍କ ଉପରେ ଭୁଲରେ ବାଜିଗଲା। ହେଲେ ଏହି ସମୟରେ କିଛି ଅସାମାଜିକ ଲୋକ ଏହାର ଭିଡିଓ ସୁଟ କରିଦେଲେ ଓ ଏହା ଇଣ୍ଟରନେଟରେ ଭାଇରାଲ ହୋଇଗଲା ବୋଲି ସେ କହିଛନ୍ତି। ମହମ୍ମଦଙ୍କ ଏହି ଭିଡିଓକୁ ହଂସରାଜ ବି ନିଜ ଫେସବୁକ ପେଜରେ ଶେଆର କରିଛନ୍ତି।