ସଲମାନଙ୍କୁ କଙ୍ଗନାଙ୍କ ଧନ୍ୟବାଦ, ଆଉ ତାପରେ...

ସଲମାନଙ୍କୁ କଙ୍ଗନାଙ୍କ ଧନ୍ୟବାଦ, ଆଉ ତାପରେ...

ସଲମାନଙ୍କୁ କଙ୍ଗନାଙ୍କ ଧନ୍ୟବାଦ, ଆଉ ତାପରେ...

ମୁମ୍ବାଇ:  କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧାକଡ଼’ ରିଲିଜ୍ ହୋଇଛି । ଏହା ରିଲିଜ୍ ହେବା ସହିତ ସାଂଘାତିକ ଭାବେ ଟ୍ରୋଲ୍ ହେଉଛନ୍ତି କଙ୍ଗନା। ଆଉ ଏହା ପଛର କାରଣ ହେଉଛି ସଲମାନଙ୍କ ସହିତ ତାଙ୍କ ଘନିଷ୍ଠତା।

‘ଧାକଡ଼’ର ରିଲିଜ୍ ଅବସରରେ କଙ୍ଗନା ଓ ପୂରା ଟିମ୍କୁ ସଲମାନ ଖାନ ଶୁଭେଚ୍ଛା ଜଣାଇଥିଲେ। ଏହାର ଜବାବରେ କଙ୍ଗନା ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଉ ଏହା ଅନେକଙ୍କୁ କ୍ଷୁବ୍ଧ କରିଛି। ସେମାନେ ‘କଙ୍ଗନା’ଙ୍କୁ ସୁବିଧାବାଦୀ ବୋଲି କହିଛନ୍ତି।

ଯେତେବେଳେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ୍ ଉଠୁଥିଲା ପଡ଼ୁଥିଲା, ସେତେବେଳେ ସଲମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ କଙ୍ଗନା। ସେ ସଲମାନଙ୍କୁ ବଲିଉଡ୍ ମାଫିଆ ବୋଲି ବି କହିଥିଲେ। ସେଥିପାଇଁ ସୋଶାଲ ମିଡିଆ ୟୁଜର ବର୍ତ୍ତମାନ ତାଙ୍କୁ ‘ସୁବିଧାବାଦୀ’ ବୋଲି କହୁଛନ୍ତି। ସୁଶାନ୍ତଙ୍କ ନାଁକୁ ସେ ନିଜର ପ୍ରସିଦ୍ଧି ପାଇଁ ବ୍ୟବହାର କରିଥିଲେ ବୋଲି ସୋଶାଲ୍ ମିଡିଆ ୟୁଜରମାନେ କହୁଛନ୍ତି।

ଏମିତିକି ଲୋକେ ସୋଶାଲ୍ ମିଡିଆରେ ୰ଭକ୍ଟଚ୍ଚମକ୍ଟଗ୍ଧଗ୍ଧୟଷବବଳବୟ ଅଭିଯାନ ଚଲାଇଛନ୍ତି। କଙ୍ଗନାଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ସେମାନେ ଅପିଲ୍ କରୁଛନ୍ତି। କେହି କେହି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, କଙ୍ଗନା ଯେଉଁ ପାପ କରିଛନ୍ତି ତା’ର ପରିଣାମ ତାଙ୍କୁ ‘ଧାକଡ଼’ରେ ଭୋଗିବାକୁ ପଡ଼ିବ। ଏହା ଏକ ସୁପର ଫ୍ଲପ୍ ଫିଲ୍ମ ହେବ।