ବିନ୍ଦୁସାଗର ଜାତୀୟ ସଂହତିର ପ୍ରତୀକ : ମୁଖ୍ୟମନ୍ତ୍ରୀ

ବିନ୍ଦୁସାଗର ଜାତୀୟ ସଂହତିର ପ୍ରତୀକ : ମୁଖ୍ୟମନ୍ତ୍ରୀ

ବିନ୍ଦୁସାଗର ଜାତୀୟ ସଂହତିର ପ୍ରତୀକ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିନ୍ଦୁସାଗର ଆଶା ଓ ବିଶ୍ୱାସର ତୀର୍ଥ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ଜରିଆରେ ନିଜର ଉଦବୋଧନରେ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ,ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ସମସ୍ତଙ୍କ ନୈତିକ ଦାୟିତ୍ୱ । ଭୁବନେଶ୍ୱରରେ ବହୁ ପୁଷ୍କରିଣୀ ରହିଛି ସେସବୁକୁ ସ୍ୱଚ୍ଛ ରଖିବା ଜରୁରୀ । ବିନ୍ଦୁ ସାଗର ଆମ ଆଶା, ବିଶ୍ୱାସର ପ୍ରମୁଖ ତୀର୍ଥକ୍ଷେତ୍ର । ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁ ସାଗର ଓତଃପ୍ରୋତଭାବେ ଜଡ଼ିତ । ସାରା ଭାରତର ତୀର୍ଥକ୍ଷେତ୍ର ବିନ୍ଦୁ ସାଗର ସହ ଜଡ଼ିତ ହୋଇ ରହିଛି । ଏସବୁ ପାଇଁ ବିନ୍ଦୁ ସାଗର ଜାତୀୟ ସଂହତିର ପ୍ରତୀକ ହୋଇଛି । ସମସ୍ତଙ୍କ ସହଯୋଗରେ ବିନ୍ଦୁସାଗର ସ୍ୱଚ୍ଛ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ନିଜର ଉଦବୋଧନ ଦେଇ ବିନ୍ଦୁସାଗର ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଯେ, ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ପବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ । ଏହି ପ୍ରକଳ୍ପର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ସାମିଲ ହୋଇଛନ୍ତି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରଘୁନାଥ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଲାଗି ଆଇଓସିଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ । ଆଇସିଟି, ଆଇଓସି ଏବଂ ଓବିସିସିର ମିଳିତ ଉଦ୍ୟମରେ ବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ ।