ବିନା ମାସ୍କରେ ଥିବା ଛେଳି ଅଟକ

ବିନା ମାସ୍କରେ ଥିବା ଛେଳି ଅଟକ

କାନପୁର: ନିଜର କାର୍ଯ୍ୟ ନିମନ୍ତେ ସଦାବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତରପ୍ରଦେଶ କାନପୁର ପୁଲିସ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ସହରରେ ଶନିବାର, ରବିବାର ସାପ୍ତାହିକ ସଟଡାଉନ ଚାଲିଥିବା ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାଯାଇଛି । ୪ ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପରେ ଜବରଦସ୍ତି ଭାବେ ଭର୍ତ୍ତି କରି ନେଇ ଯାଉଥିବା ସମୟର ଭିଡିଓ ମଧ୍ୟସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଭାଇରାଲ ହେବା ପରେ କାନପୁର ପୁଲିସକୁ ଲୋକମାନେ ଜୋରଦାର କଟାକ୍ଷ କରିଛନ୍ତି । ଏହି ଘଟଣା ପରେ ଛେଳିର ମାଲିକ ଥାନାରେ ପହଞ୍ଚି ଛେଳିଟିକୁ ଉଦ୍ଧାର କରି ଆଣିଛନ୍ତି । ସଟଡାଉନ ବେଳେ ଏଭଳି ଭାବେ ଛେଳି ବାହାରେ ନ ଛାଡ଼ିବାକୁ ପୁଲିସ କର୍ମୀ ଛେଳି ମାଲିକକୁ ଚେତାବନୀ ଦେଇଥିବା ଜଣାପଡ଼ିଛି ।