ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୨୨ ଡିଏସପି
ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୨୨ ଡିଏସପି
admin
Jul 28, 2020 - 13:22
Updated: Jul 28, 2020 - 13:22
କଟକ: ଲମ୍ବା ପ୍ରତୀକ୍ଷା ପରେ ଡିଏସପିମାନଙ୍କ ପଦୋନ୍ନତି ଫାଇଲରେ ମୋହର ବାଜିଛି । ଫଳରେ ୨୨ ଜଣ ଡିଏସପି ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି, ପ୍ରକାଶ କୁମାର ନାୟକ, ହରିହର ପାଣି, ଅଶୋକ ମହାନ୍ତି, ପ୍ରସନ୍ନ କୁମାର ବିଶ୍ୱାଳ, ନିମାଇଁ ଚରଣ ସେଠୀ, ମନୋରଞ୍ଜନ ସାମଲ, ଗଦାଧର ମହାପାତ୍ର, କିଶୋର ଚନ୍ଦ୍ର ପାଟ୍ଟଶାଣୀ, ଅମରେଶ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବାଉରୀବନ୍ଧୁ ବେହେରା, ବିଜୟ ମଲ୍ଲିକ, ରାମଚନ୍ଦ୍ର ଥମ୍ବ, ଉଗ୍ରସେନ ପ୍ରଧାନ, ଅକ୍ଷୟ ମିଶ୍ର, ବେଣୁଧର ନାୟକ, ଉମାକାନ୍ତ ମଲ୍ଲିକ, ମୋହନ ପାଣି କରୁଆ, ବନମାଳୀ ଧଳ, ଅଙ୍କୁର ମଲ୍ଲିକ ଓ କେଶବଚନ୍ଦ୍ର ବେହେରା । ସୂଚନା ଯୋଗ୍ୟ ରାଜ୍ୟର ବିଭିନ୍ନ ପୁଲିସ ଜିଲ୍ଲା ସମତେ କ୍ରାଇମ ବ୍ରାଞ୍ଚ, ସ୍ପେସାଲ ବ୍ରାଞ୍ଚ, ଭିଜିଲାନ୍ସ, ଜିଆରପି ଆଦିରେ ଏବେ ପ୍ରାୟ ୫୦ଟି ଅତିରିକ୍ତ ଏସପି ପଦବୀ ଫାଙ୍କା ପଡ଼ିଛି । ଗତ ଜାନୁଆରୀରେ ଡିଏସପି ପାହ୍ୟାକୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଁ ପଦୋନ୍ନତି ବୋର୍ଡ ବୈଠକ ବସିବାର ଥିଲେ ହେଁ କୌଣସି କାରଣରୁ ଏହା ହୋଇପାରିନଥିଲା । ବିଳମ୍ବରେ ବୋର୍ଡ ୨୨ଟି ଡିଏସପିଙ୍କ ପଦୋନ୍ନତିରେ ମୋହର ମାରିଛି । ପଦୋନ୍ନତି ପାଇଥିବା ସବୁ ଅଧିକାରୀ ୧୯୮୬ ବ୍ୟାଚର ବୋଲି ସୂଚନା ମିଳିଛି ।