ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ!

ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ!

ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ!
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ବସିବା ପୂର୍ବରୁ ବିଧାୟକମାନଙ୍କର ହେବ କୋଭିଡ-୧୯ ଟେଷ୍ଟ । ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫ୍‌ଙ୍କର ହେବ କରୋନା ଟେଷ୍ଟ । ଯେବେ ବିଧାନସଭା ବସିବ, ତା’ର ଦୁଇଦିନ ପୂର୍ବରୁ କରୋନା ଟେଷ୍ଟ ହେବ । ବିଧାନସଭାରେ ସ୍ବତନ୍ତ୍ର କାଉଣ୍ଟର ହୋଇ ଆର୍‌ଟି-ପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ବିଧାୟକମାନଙ୍କର ରାପିଡ୍‌ ଟେଷ୍ଟ କରାଯିବ । ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେବ । ଏନେଇ ଆଜି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ, ଲୋକସଭା ଆରମ୍ଭ ପୂର୍ବରୁ ସମସ୍ତ ସାଂସଦମାନଙ୍କର କୋଭିଡ ଟେଷ୍ଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏସଓପି ଜାରି କରିଛି । ଏହି ଏସଓପି ଆଧାରରେ କୋଭିଡ ଟେଷ୍ଟ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।