ବିଜେପିର ୮୦ କାର୍ଯ୍ୟକର୍ତାଙ୍କୁ ହତ୍ୟା: ଶାହା

ବିଜେପିର ୮୦ କାର୍ଯ୍ୟକର୍ତାଙ୍କୁ ହତ୍ୟା: ଶାହା

ବିଜେପିର ୮୦ କାର୍ଯ୍ୟକର୍ତାଙ୍କୁ ହତ୍ୟା: ଶାହା
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପରି ପ୍ରେସମିଟ । ଏହି ପ୍ରେସମିଟରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ । ବିଜେପରି ନିର୍ବାଚନ ପ୍ରଚାର ବିସ୍ତୃତି ସୂଚନା ରଖିଲେ ଶାହା । ୫ବର୍ଷ ଶାସନର ଉପଲବ୍ଧି ମଧ୍ୟ ଶାହାଙ୍କ ସମ୍ୟକ ସୂଚନା ଥିଲା । ଗତ ୫ବର୍ଷରେ ମୋଦି ସରକାର ୧୩୩ଟି ଯୋଜନା କରିଛନ୍ତି । ସବୁ ଯୋଜନାକୁ ସମାନ ସ୍ତରକୁ ଆଣିବା ଲାଗି ଉର୍ଦ୍ଦିଷ୍ଟ ବୋଲି ଶାହା କହିଛନ୍ତି । ୫ବର୍ଷ ଭିତରେ ଭାରତ ବିଶ୍ୱର ଏକ ଶକ୍ତି ରୂପେ ଉଭା ହୋଇଛି । ଗତ ଦେଢ଼ ବର୍ଷ ମଧ୍ୟରେ ବିଜେପିର ୮୦ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇ ଥିବା କଥା କହିଛନ୍ତି ଶାହା । ଖାଲି ପଶ୍ଚିମବଙ୍ଗରେ କାହିଁକି ଏଭଳି ହିଂସା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଶାହା । ଏହି ହିଂସା କାଣ୍ଡ ନେଇ ମମତାଙ୍କ ପାଖରେ କଣ ଜବାବ ଅଛି ବୋଲି ପଚାରିଛନ୍ତି?