ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବିଜେଡିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ
ଭୁବନେଶ୍ୱର:ବିଜେଡିର ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାସ । ବାଲେଶ୍ବର ପ୍ରେସ୍‌ ମିଟ୍‌ରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ ପ୍ରଦୀପ ଦାସ । ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନ ଦିଆଯାଇଥିବାରୁ ଜୀବନ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ବାଲେଶ୍ବର ସଦର ଉପନିର୍ବାଚନରେ ଦଳ ଯାହା ଦାୟିତ୍ବ ଦେଇଥିଲା, ତାହାକୁ ସୁଚାରୂରୂପେ ତୁଲାଇଥିଲେ ବୋଲି କହିଛନ୍ତି ଜୀବନ । ତେବେ ଗତକାଲି ଜୀବନଙ୍କୁ ଦଳ ସସ୍‌ପେଣ୍ଡ କରିଥିଲା । ଦଳବିରୋଧୀ କାର୍ୟ୍ୟରେ ଲିପ୍ତ ରହିଥିବା କାରଣରୁ ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।