ଆଜିଠୁ ହ୍ୱାଟ୍ସଆପ୍ ଜରିଆରେ ହେବ ପେମେଣ୍ଟ : ଜାଣନ୍ତୁ କିପରି କରିବେ ବ୍ୟବହାର

ଆଜିଠୁ ହ୍ୱାଟ୍ସଆପ୍ ଜରିଆରେ ହେବ ପେମେଣ୍ଟ : ଜାଣନ୍ତୁ କିପରି କରିବେ ବ୍ୟବହାର

ଆଜିଠୁ ହ୍ୱାଟ୍ସଆପ୍ ଜରିଆରେ ହେବ ପେମେଣ୍ଟ : ଜାଣନ୍ତୁ କିପରି କରିବେ ବ୍ୟବହାର
ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହ୍ୱାଟ୍ସଆପ୍ ପେମେଣ୍ଟ । ଦେଶରେ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ ହ୍ୱାଟ୍ସଆପ୍ ନିଜର ପେମେଣ୍ଟ ସର୍ଭିସ ଲଞ୍ଚ କରିଛି । ଏହାଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସହଜରେ ପଇସା ପଠାଇ ହେବ । ଏହି ସେବା ଏନପିସିଆଇ ଏବଂ ୟୁପିଆଇ ସହଯୋଗରେ ଆରମ୍ଭ କରାଯାଇଛି । ଭାରତରେ ପ୍ରାୟ ୪୦ କୋଟି ହ୍ୱାଟ୍ସଆପ ବ୍ୟବହାରକାରୀ ରହିଥିବା ବେଳେ କେବଳ ୨ କୋଟି ବ୍ୟବହାରକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଜାଣନ୍ତୁ କଣ ଆବଶ୍ୟକ : ଏହି ସେବା ପାଇଁ ଯୋଗ୍ୟ ଥିଲେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଡେବିଟ କାର୍ଡ ରହିଥିବା ଆବଶ୍ୟକ । ନିଜ ଡେବିଟ କାର୍ଡରେ ରହିଥିବା ଅନ୍ତିମ ଡିଜିଟ ସହିତ ଓଟିପି ପ୍ରଦାନ କଲେ ଆପଣଙ୍କ ପେମେଣ୍ଟ ଆକାଉଣ୍ଟ ସକ୍ରିୟ ହେବ । ଯେଉଁ ନମ୍ବରରେ ହ୍ୱାଟ୍ସଆପ ଆକାଉଣ୍ଟ ରହିଛି ସେହି ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡି ହୋଇଥିବା ଅନିବାର୍ଯ୍ୟ । ଏହା ଦ୍ୱାରା ୟୁପିଆଇ, ବ୍ୟାଙ୍କ ଏବଂ ବ୍ୟବହାରକାରୀଙ୍କ ମଧ୍ୟରେ ସଞ୍ଜୋଗ ସ୍ଥାପନ ହୋଇପାରିବ । ପ୍ରାରମ୍ଭିକ ଭାବରେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ ଆକାଉଣ୍ଟକୁ ସାମିଲ କରୁଛି ହ୍ୱାଟସଆପ । ସେହିପରି ଡେବିଟ କାର୍ଡର ଭେରିଫିକେସନ କେବଳ ପ୍ରାଥମିକ ବ୍ୟବହାରରେ ହୋଇଥାଏ । ପରବର୍ତ୍ତୀ ସମୟରେ ୟୁପିଆଇ ପାସୱାର୍ଡ ଦ୍ୱାରା ପଇସା ସହଜରେ ପଠାଇ ହେବ ।