୪୦ ହଜାର କୋଟି ପୁଞ୍ଜି ପାଇବେ ବ୍ୟାଙ୍କ

୪୦ ହଜାର କୋଟି ପୁଞ୍ଜି ପାଇବେ ବ୍ୟାଙ୍କ

 ୪୦  ହଜାର କୋଟି ପୁଞ୍ଜି ପାଇବେ ବ୍ୟାଙ୍କ
ନୂଆଦିଲ୍ଲୀ: ୨୦ ଆର୍ଥିକବର୍ଷରେ ସରକାର ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ୪୦,୦୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇପାରନ୍ତି । ବ୍ୟାଙ୍କଗୁଡିକ ଋଣ ପ୍ରଦାନ କ୍ଷମତା ବଢାଇ ଏମାନଙ୍କ ବାଲାନ୍ସ ସିଟ ବଢାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଜୁଲାଇ ୫ ରେ ଉପସ୍ଥାପନ ହେବାକୁ ଥିବା ସାଧାରଣ ବଜେଟରେ ଏ ନେଇ ଘୋଷଣା କରାଯାଇପାରେ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ନାମ ଗୋପନ ରଖି କହିଛନ୍ତି । ବ୍ୟାଙ୍କଗୁଡିକୁ ଅଧିକ ପୁଞ୍ଜି ଯୋଗାଇ ସରକାର ଋଣ ଅଭିବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ଏବଂ ଦୁର୍ଲଭ ବ୍ୟାଙ୍କଗୁଡିକୁ ସବଳ କରିବାକୁ ଚାହୁଛନ୍ତି ।ଏବେବି ୫ଟି ବ୍ୟାଙ୍କ ଆରବିଆଇର ପମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) ଫ୍ରେମୱର୍କ ଅଧୀନରେ ଅଛନ୍ତି । ୨୦୧୮-୧୯ରେ ସରକାର ରାଷ୍ଟ୍ରୟତ ବ୍ୟାଙ୍କଗୁଡିକୁ ୧.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଇଥିଲେ, ଯାହାକି ଏଯାବତ ସର୍ବବୃହତ ।