ବାସନ କଳା ପଡ଼ୁଥିଲେ କରନ୍ତୁ ଏପରି

ବାସନ କଳା ପଡ଼ୁଥିଲେ କରନ୍ତୁ ଏପରି

ବାସନ କଳା ପଡ଼ୁଥିଲେ କରନ୍ତୁ ଏପରି

ଭୁବନେଶ୍ୱର: ସାଧାରଣତଃ ଖାଦ୍ୟ ରାନ୍ଧିବା ସମୟରେ କିଛି ବାସନ କଳା ପଡ଼ିଯାଏ । ଚଲି ହେଉ କି ଗ୍ୟାସ ବାରମ୍ବାର ରୋଷେଇ କରିବା ଦ୍ୱାରା ବାସନ କଳା ପଡ଼ିଯାଇଥାଏ । କଳା ନହେଲେ ମଧ୍ୟ ରୋଷେଇ କରିବା ସମୟରେ ଖାଦ୍ୟ ତଳେ ଲାଗିଯାଇ ଚିହ୍ନ ହୋଇଯାଇଥାଏ । ଏଥିପାଇଁ ଦୀର୍ଘଦିନର ଅଭିଜ୍ଞତା ଆଉ ଶିଖିବାର ଆଗ୍ରହ ରହିବା ଆବଶ୍ୟକ। ଆମେ ସମସ୍ତେ ଜାଣିଲେ । କିନ୍ତୁ ଏହା ଗୋଟିଏ ସାଧାରଣ କଥା। ପ୍ରାୟ ପ୍ରତି ପରିବାରରେ ଗୃହିଣୀ ହୁଅନ୍ତୁ ଅଥା ରନ୍ଧାବଢା କରୁଥିବା ଲୋକଟିଏ, ପ୍ରତିଦିନ ଏହି ସମସ୍ୟାରେ ପଡନ୍ତି। ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର କଣ ରହିଛି ସହଜ ଉପାୟ।

ପ୍ୟାନକୁ ଭଲରେ ମାଜନ୍ତୁ

ଆପଣ ପ୍ରତିଦିନ ବ୍ୟବହାର କରୁଥିବା ପ୍ୟାନକୁ ଭଲରେ ମାଜନ୍ତୁ। ଯେଉଁଥିରେ ଆପଣ ପାତ୍ରକୁ ମାଜୁଛନ୍ତି, ଭଲଭାବେ ଦେଖନ୍ତୁ ଯେପରି ମାଜିବାକୁ ବ୍ୟବହାର କରୁଥିବା ଡିଟରଜେନ୍ଟ ପାତ୍ରକୁ ସମ୍ପୁର୍ଣ୍ଣ ଭାବେ ବୋଳି ହୋଇ ରହିବ। ଏହାକୁ ଭଲରେ ମାଜିଲେ ଆପଣ ଉପରୋକ୍ତ ସମସ୍ୟାରେ ପଡିବେ ନାହିଁ।

ଟମାଟୋ ନୁହେଁ ଟମୋଟେ କ୍ୟାଚଅପ୍‌

ଆପଣ ଦେଖିଥିବେ ଖାଦ୍ୟ ରାନ୍ଧିଲା ବେଳେ ଆପଣ ଟମାଟୋ ଗରମ ପ୍ୟାନରେ ପକାଇଲେ ଏହା ଚଡଚଡ ହୋଇ ଫୁଟେ। ଟମୋଟୋରେ ଥିବା ଜଳୀୟ ଅଂଶ ପୋଡୁଥିବା ବେଳେ ଏହା ପ୍ୟାନର ତଳ ଭାଗରେ ଲାଗିଯାଏ। ଯେଉଁଥିପାଇଁ ଅପଣଙ୍କ ପ୍ୟାନର ତଳ ଅଂଶ ଖାଦ୍ୟ ପ୍ରସ୍ତୁତ ପରେ କଳା ପଡିଯାଏ। ଏଣୁ ଟମାଟୋ ବଦଳରେ ଟମାଟୋ କ୍ୟାଚଅପ୍‌ ବ୍ୟବହାର କଲେ ଭଲ।