ବିଶ୍ୱର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ , ଗ୍ରେଟ୍ ୱାଲ୍

ବିଶ୍ୱର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ , ଗ୍ରେଟ୍ ୱାଲ୍

ବିଶ୍ୱର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ , ଗ୍ରେଟ୍ ୱାଲ୍
ବିଶ୍ୱର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ତଥା ଦୀର୍ଘତମ ପ୍ରାଚୀର ‘ଦ ଗ୍ରେଟ୍ ୱାଲ ଅଫ ଚାଇନା’ କୁ ୧୯୮୭ ରେ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା । ଚାଇନାର ଏଗାରଟି ପ୍ରଦେଶକୁ ସ୍ପର୍ଶ କରିଥିବା ଏହି ପ୍ରାଚୀରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀର ଏବଂ ନିର୍ମାଣ ଓ ମରାମତି କାର୍ଯ୍ୟ ୧୬୪୪ ରେ ମିଙ୍ଗ ଶାସନର ପତନ ଯାଏ ଅବ୍ୟାହତ ଥିଲା । ତାହା ପରଠାରୁ ଏହାର ସୁରକ୍ଷା ଦିଗରେ ବିଶେଷ ବଳିଷ୍ଠ ପଦକ୍ଷେପ ନିଆଯାଇନାହିଁ ଏବଂ ଏହା ଧୀରେ ଧୀରେ ଅବକ୍ଷୟ ଆଡ଼କୁ ଯାଉଛି । ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ କ୍ରମଶଃ ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ଏହା ବିଶ୍ୱ ଐତିହ୍ୟର ମାନ୍ୟତା ପାଇଥିଲେ ହେଁ ଏହାର ସୁରକ୍ଷା ଦିଗରେ ସରକାର ପର୍ଯ୍ୟାପ୍ତପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ ସମସ୍ତ ପ୍ରାକୃତିକ (ଏହାର କେତେକ ଅଂଶକୁ ମିଶାଇ ପ୍ରାଚୀରଟିର ଲମ୍ବ ଏକଦା ଥିଲା ୮୮୫୧.୮ କିଲୋମିଟର । ସମ୍ପ୍ରତି ଏହାର ଏକ ଚତୁର୍ଥାଂଶ ପୂରା ଭାଙ୍ଗି ରୁଜି ଗଲାଣି । ଅବଶିଷ୍ଟ ଅଂଶର ଅବସ୍ଥା ବି ଭଲ ନାହିଁ । ମୂଳ ପ୍ରାଚୀରର ମାତ୍ର ୫୫୦ କିଲୋମିଟର ଭଲ ଅବସ୍ଥାରେ ଥିବା ଶୁଣାଯାଉଛି । ଏହାର ଦୁରବସ୍ଥା ପାଇଁ ସ୍ଥାନୀୟ ଲୋକ ଏବଂ ସରକାର ଦାୟୀ । ଲୋକେ ପ୍ରାଚୀର ତାଡ଼ି, ଘର ତିଆରି କରିଛନ୍ତି; ସରକାର ପ୍ରାଚୀର ଭାଙ୍ଗି ସଡ଼କ ଓ ରେଳପଥ ଆଦି ନିର୍ମାଣ କରାଯାଇଛି । ଏବେ ଏହି ପ୍ରାଚୀନ ବାର୍ଷିକ ପ୍ରାୟ ଏକ କୋଟି ପର୍ଯ୍ୟଟକଙ୍କ ଆକର୍ଷିତ କରୁଛି । ପର୍ଯ୍ୟଟକଙ୍କୁ ପ୍ରାଚୀର ଉପରେ ରାତି୍ରଯାପନ କରିବା ନିମନ୍ତେ ସୁଯୋଗ ଦିଆଯାଇଛି । ଲୌହ କାଳୀକମାନ କାନ୍ଥରେ ପୋତି ତମ୍ବୁ ବନ୍ଧାଯାଉଛି । ପୁଣି, ସେମାନେ ଗଲା ବେଳେ ଛାଡ଼ି ଦିଆଯାଉଛନ୍ତି କୁଢ଼ କୁଢ଼ ଆବର୍ଜନା । ଯାହା ସଫା ହେଉନାହିଁ । ପ୍ରାଚୀରର ଯେଉଁ ଅଂଶ ରାଜଧାନୀ ବେଜିଂ ପାଖଦେଇ ଯାଇଛି ସେଠାରେ ଅବସ୍ଥା ସବୁଠାରୁ କଦର୍ଯ୍ୟ । ଅବସ୍ଥା ଏହି ପରି ରହିଲେ ଆସନ୍ତା କୋଡ଼ିଏ ବର୍ଷ ମଧ୍ୟରେ ପ୍ରାଚୀରର ଅନୁ୍ୟନ ଷାଠିଏ କିଲୋମିଟର ଅଂଶ ପୂରାପୁରି ନଷ୍ଟ ହୋଇଯିବ ।