ଆଶ୍ୱସ୍ତି, ଆଜି ୧୦ହଜାର ତଳେ ଦୈନିକ ସଂକ୍ରମଣ

ଆଶ୍ୱସ୍ତି, ଆଜି ୧୦ହଜାର ତଳେ ଦୈନିକ ସଂକ୍ରମଣ

ଆଶ୍ୱସ୍ତି, ଆଜି ୧୦ହଜାର ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମଣ । ଦୁଇ ଦିନ ହେଲା ଦୈନିକ ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳୁଛି । ଆଜି ବି ଦେଶରେ ପଜିଟିଭ ମାମଲା ୧୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୯,୪୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୯,୯୯୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୭,୯୩,୭୮୭କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୬,୫୯୧ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୨.୯୩% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର ୨.୭୦% ଅଛି । ଦେଶରେ କୋରୋନା ସୁସ୍ଥହାର ୯୮.୬୨%ରେ ପହଞ୍ଚିଛି । ଏବେସୁଦ୍ଧା ସମୁଦାୟ ୫,୨୭,୭୫୪ ଜଣ କୋରୋନା ସଂକ୍ରମିତ(ଉକ୍ଟକ୍ସକ୍ଟଦ୍ଭବ ଚକ୍ଟଗ୍ଦସଗ୍ଧସଙ୍ଖର) ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ସାରା ଦେଶରେ ୮୮.୫୦ କୋଟି ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ ୩,୨୨,୫୫୧ ଟେଷ୍ଟି କରାଯାଇଛି ।