ବାପାଙ୍କୁ ୧୦ କୋଟି ଟଙ୍କା ଦେବାକୁ ଧମକାଇଲା ୧୧ ବର୍ଷର ବାଳକ
ବାପାଙ୍କୁ ୧୦ କୋଟି ଟଙ୍କା ଦେବାକୁ ଧମକାଇଲା ୧୧ ବର୍ଷର ବାଳକ
admin
Jan 30, 2021 - 07:54
Updated: Jan 30, 2021 - 07:54
ଆଜିକାଲି ସୋସିଆଲ ମିଡିଆରେ ଯୁବପୀଢ଼ି ବହୁତ ସକ୍ରିୟ ରହୁଛନ୍ତି । ସୋସିଆଲ ମିଡିଆରେ ଯୋଡି ରହିବା ସହ ବିଭିନ୍ନ ପ୍ରକାର ସାଇବର ଅପରାଧ କରିବାକୁ ପଛାଉନାହାଁନ୍ତି । ଛୋଟରୁ ବଡ ସମସ୍ତେ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି । ଏହି ସୋସିଆଲ ମିଡିଆ ସମ୍ପର୍କିତ କାହାଣୀ ଆମେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଚକ୍କିତ ହେବେ । ଏହି ଘଟଣାଟି ଘଟିଛି ଗାଜିଆବାଦରେ । ଖବରଟି ଣୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ମହଜ ନାମକ ୧୧ ବର୍ଷୀୟ ବାଳକ ତା ବାପାମା’ଙ୍କ ନିଦ ଉଡେଇ ଦେଇଥିଲା । ୧ ମାସ ପର୍ଯ୍ୟନ୍ତ ଗୋଟିଏ ପେଶାଦାର ଅପରାଧୀ ଭାବେ ତାର ବାପା ଓ ମାଙ୍କୁ ଅସୁବିଧାରେ ପକାଇ ଦେଇଥିଲା । ପରିବାର ଲୋକ ଭାଙ୍ଗି ପଡିଥିଲେ । ସେଇ ପିଲାଟି ଧମକ ଆକାରରେ ୧୦ କୋଟି ଟଙ୍କା ନେବା ପାଇଁ ଇମେଲ କଲା । ତାର ବାପା ସାଇବର ଥାନାରେ ଏହି ସବୁ ବିଷୟରେ ଜଣାଇଲେ । ପୁଲିସ ଯାଂଚ କରିବା ଆରମ୍ଭ ପରେ ତାଙ୍କ ଘର ଇଟଂରନେଟର ପ୍ରୋଟୋକଲରୁ ଇ-ମେଲ ଆସୁଥିବା ଜଣାପଡିଲା । ଘରେ ସମସ୍ତଙ୍କୁ ପଚାରିବା ପରେ ଜଣାପଡିଲାଯେ, ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାଟି ଏହିସବୁ ହରକତ କରୁଛି । ପିଲାଟିର ବାପା ଇନ୍ଦିରାପୁରମରେ ରୁହନ୍ତି । ସରକାରୀ ବିଭାଗର ଉଚ୍ଚ ପଦବୀରେ ଚାକିରୀ କରନ୍ତି । ତାଙ୍କୁ ବହୁତ ଦିନ ପୂର୍ବରୁ ଇମେଲ ଜରିଆରେ ଧମକ ଆସୁଥିଲା । ସେ ତାଙ୍କ ଇଟଂରନେଟ ସର୍ଭିସ ପ୍ରୋଭାଇଡରଙ୍କଠୁ ସାହାଯ୍ୟ ମାଗିଥିଲେ କିନ୍ତୁ କିଛି ଫାଇଦା ମିଳିନଥିଲା । ୧ ମାସ ପର୍ଯ୍ୟନ୍ତ ପୂରା ପରିବାର ହଇରାଣ ହେଉଥିଲେ । ସାଇବର କ୍ରାଇମ ସେଲର ପ୍ରଭାରୀ ସୁମିତ୍ କୁମାର କହିଲେ, ସେହି ପିଲାଟି କିଛି ସମୟ ପୂର୍ବରୁ ଅନଲାଇନ କ୍ଲାସ ମାଧ୍ୟମରେ ସାଇବର ଅପରାଧ ଓ ସେଥିରୁ କେମିତି ବଂଚିବାକୁ ହୁଏ ଜାଣିଥିଲା । ସେହି ବିଷୟରେ ପିଲାଟି ୟୂଟୁ୍ୟବରେ ବହୁ ଭିଡିଓ ଦେଖିଥିଲା । କେମିତି ଇମେଲ ତିଆରି ହୁଏ ଏବଂ କିପରି ସାଇବର ଅପରାଧ ହୁଏ ସେହି ବିଷୟରେ ପିଲାଟି ବହୁତ ଭିଡିଓ ଦେଖିଥିଲା । ପିଲାଟି ଏହି ବିଷୟରେ ତଥ୍ୟ ପାଇ ଓଲଟା ସିଧା ମେଲ ପଠାଇବା ଆରମ୍ଭ କଲା । ପୋଲିସ ଏବେ ପିଲାଟିକୁ ପଚରାଉଚରା କରୁଛି । ପିଲାଟି ଏଭଳି ପ୍ରକାର ଇମେଲ ତା ସାଙ୍ଗମାନଙ୍କୁ ପଠାଇ ହଇରାଣ କରିଛି କି ନାହିଁ ପୁଲିସ ତାର ଯାଂଚ ଚଲାଇଛି ।