ବାତ୍ୟା ପାଇଁ ୨୬ ଟ୍ରେନ ବାତିଲ
ବାତ୍ୟା ପାଇଁ ୨୬ ଟ୍ରେନ ବାତିଲ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୬ ଓ ୨୭ ତାରିଖ ପାଇଁ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୨୬ଟି ଟ୍ରେନକୁ ବାତିଲ କରାଯାଇଛି । ୨୬ ତାରିଖ ପାଇଁ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ(୦୮୪୬୩), ଭୁବନେଶ୍ୱରରୁ-ଯଶବନ୍ତପୁର ଟ୍ରେନ(୦୨୮୪୫), ଭୁବନେଶ୍ୱର-ବିଶାଖାପାଟଣା(୦୮୯୬୯), ବିଶାଖାପାଟଣା-ଭୁବନେଶ୍ୱର(୦୮୫୭୦), ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଟ୍ରେନ(୦୭୦୧୫), ଭୁବନେଶ୍ୱର-ତିରୁପତି(୦୨୦୭୧), ପୁରୀ-ଗୁଣୁପୁର(୦୮୪୧୭), ପୁରୀ ଚେନ୍ନାଇ ସେଣ୍ଟ୍ରାଲ(୦୨୮୫୯), ଗୁଣୁପୁର-ବିଶାଖାପାଟଣା(୦୮୫୨୧), ବିଶାଖାପାଟଣା-ଗୁଣୁପୁର(୦୮୫୨୨) ବାତିଲ ହୋଇଛି । ସେହିପରି ଭୁବନେଶ୍ୱର-ପଲାସା(୦୮୪୩୩), ବିଶାଖାପାଟଣା-ଟାଟା(୦୮୫୭୨), ବିଶାଖାପାଟଣା-କୋର୍ବା(୦୮୫୧୮), କୋର୍ବା-ବିଶାଖାପାଟଣା(୦୮୫୧୭), ସମ୍ବଲପୁର-ନାନେ୍ଦଡ (୦୨୦୮୫), ରାୟପୁର-ବିଶାଖାପାଟଣା(୦୮୫୨୭), ବିଶାଖାପାଟଣା-ରାୟପୁର(୦୮୫୨୮), ବିଶାଖାପାଟଣା-ରାୟଗଡ଼ା(୦୮୫୦୮), ରାୟଗଡ଼ା-ଗୁଣ୍ଟୁର(୦୭୨୪୪) ମଧ୍ୟ ବାତିଲ ହୋଇଛି । ୨୭ ତାରିଖ ପାଇଁ ତିରୁପତି-ଭୁବନେଶ୍ୱର(୦୨୦୭୨), ଗୁଣୁପୁର-ପୁରୀ(୦୮୪୧୮), ଚେନ୍ନାଇ-ପୁରୀ(୦୨୮୬୦), ପଲାସା-ଭୁବନେଶ୍ୱର(୦୮୪୩୪), ଟାଟା-ବିଶାଖାପାଟଣା(୦୮୫୭୧), ନାନେ୍ଦଡ-ସମ୍ବଲପୁର(୦୨୦୮୬) ଓ ରାୟଗଡ଼ା-ବିଶାଖାପାଟଣା (୦୮୫୦୭) ବାତିଲ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ୨୬ ତାରିଖ ପାଇଁ ପୁରୀ-ଓଖା ସ୍ୱତନ୍ତ୍ର ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ଏହା ଅନୁଗୁଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି-ବଲ୍ଲାହାର୍ସା ଦେଇ ଚଳାଚଳ କରିବ । ହାଓଡ଼ା-ଯଶବନ୍ତପୁର, ହାଓଡ଼ା-ଭାସକୋ, ହାଓଡ଼ା-ଚେନ୍ନାଇ, ନୁ୍ୟ ତିନଶୁଖିଆ-ବେଙ୍ଗାଲୁରୁ ଟ୍ରେନର ଗତିପଥ ପରିବର୍ତନ କରାଯାଇପାରେ । ଏହାବ୍ୟତୀତ ୫ଟି ଟ୍ରେନର ସମୟ ସାରଣୀରେ ପରିବର୍ତନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟ ଦେଇ ୨୫ ଓ ୨୬ ତାରିଖରେ ଚଳାଚଳ କରିବାକୁ ଥିବା ୧୧ଟି ଟ୍ରେନ ଉପରେ ନଜର ରଖାଯାଇଛି । ବାତ୍ୟାର ପବନ ବେଗକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପାଟ୍ରୋଲି ବଢ଼ାଯିବା ସହ ପ୍ରବଳ ବର୍ଷା ଯୋଗୁଁ ରେଲ ଲାଇନ ମରାମତି ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି ।




admin 