ବର୍ଷାଙ୍କ ସପକ୍ଷରେ ବିଜେପି : ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା

ବର୍ଷାଙ୍କ ସପକ୍ଷରେ ବିଜେପି : ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା

ବର୍ଷାଙ୍କ ସପକ୍ଷରେ ବିଜେପି : ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା
ଭୁବନେଶ୍ୱର: ବର୍ଷା ଓ ଅନୁଭବ ମହାନ୍ତିଙ୍କ ବିବାଦ ମଧ୍ୟରେ ରାଜନୀତି ପଶିଯାଇଛି । ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷରେ ଅନୁଭବ ମଧ୍ୟ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପହଞ୍ଚିଛନ୍ତି । ଏହି ତମାମ ଘଟଣାକୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ହେଉଛି । ବର୍ଷା ଓ ଅନୁଭବ ଓଲିଉଡର ପ୍ରତିଷ୍ଠିତ ଯୋଡ଼ି ହୋଇଥିବାରୁ ତାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ତେବେ ଅନୁଭବ ବିଜେଡିର ସାଂସଦ ହୋଇଥିବାରୁ ବିଜେପି ନାକରେ କାଠି ପୁରାଇ ଛିଙ୍କିବା ଆରମ୍ଭ କରିଛି । ଗତକାଲି କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବାବେଳେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅନୁଭବଙ୍କ ବିରୋଧରେ ନିଶାନା ସାଧିଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଘୋଷଣା କରିଛି । ଖାଲି ସେତିକି ନୁହେଁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ଦଳରୁ ତାଙ୍କୁ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରିଛି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।