ବନ୍ୟା କ୍ଷୟକ୍ଷତି ରିପୋର୍ଟ ନାଁରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ବନ୍ୟା କ୍ଷୟକ୍ଷତି ରିପୋର୍ଟ ନାଁରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ବନ୍ୟା କ୍ଷୟକ୍ଷତି ରିପୋର୍ଟ ନାଁରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
ଜଗତସିଂହପୁର : ବନ୍ୟା କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ ନାଁରେ ତିର୍ତ୍ତୋଲରେ ଆଚରଣ ବିଧି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ଆସିଛି । ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଥିଲେ ମଧ୍ୟ ଶାସକ ବିଜୁ ଜନତା ଦଳର କର୍ମୀ ମାନେ ରିପୋର୍ଟ ସଂଗ୍ରହ ନାଁରେ ଦଳୀୟ ପ୍ରଚାର କରୁଥିବା ନେଇ ଅଭିଯୋଗ ଆସିଛି । ଜୁଲାଇ ଏବଂ ଅଗଷ୍ଟ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ୟାପକ କ୍ଷତି ହୋଇଥିଲା । ଏହି ସମୟରେ ଧାନ ଏବଂ ପନିପରିବା ଚାଷରେ ବ୍ୟାପକ କ୍ଷତି ଘଟିଥିଲା । ଚାଷୀଙ୍କୁ କ୍ଷତିପୂରଣ ନେଇ ଦାବି ହୋଇ ଅସୁଥିଲା । ତେବେ ଆଜି ପର୍ଯ୍ୟନ୍ତ ନୀରବ ଥିବା ପ୍ରଶାସନିକ କଳ ଆଚରଣ ବିଧି ଲାଗୁ ହେବା ପରେ ଅଚାନକ ସକ୍ରିୟ ହୋଇ ପଡିଛି । ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଞ୍ଚାୟତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ବାହାନାରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହିଛନ୍ତି ଶାସକ ଦଳର କର୍ମୀ । ଚାଷୀଙ୍କ ନିକଟରୁ ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ପାଶବୁକ ଇତ୍ୟାଦି ସଂଗ୍ରହ ବାହାନାରେ ଭୋଟରଙ୍କୁ ପ୍ରଲୋଭିତ କରାଯାଉଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା । ତେବେ ଯେହେତୁ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯାଇ ନାହିଁ ତେଣୁ ଚାଷୀଙ୍କ ଡକ୍ୟୁମେଣ୍ଟ ସଂଗ୍ରହରେ କୌଣସି ଅସୁବିଧା ନାହିଁ ବୋଲି ତହସିଲଦାର ମତ ଦେଇଛନ୍ତି । ତେବେ ଆଚରଣ ବିଧି ଲାଗୁ ପରେ ସରକାରୀ କଳର ସକ୍ରିୟତା ପ୍ରଶ୍ନବାଚୀ ସୃଷ୍ଟି କରିଛି ।