ତିନି ଦଫା ଦାବୀରେ ଓଡିଶା ଅଭିଭାବକ ମହାସଂଘର ସିବିଏସଇ ଅଫିସ ଘେରାଉ

ତିନି ଦଫା ଦାବୀରେ ଓଡିଶା ଅଭିଭାବକ ମହାସଂଘର ସିବିଏସଇ ଅଫିସ ଘେରାଉ

ତିନି ଦଫା ଦାବୀରେ ଓଡିଶା ଅଭିଭାବକ ମହାସଂଘର ସିବିଏସଇ ଅଫିସ ଘେରାଉ
ଭୁବନେଶ୍ୱର : ମହାମାରୀ ପାଇଁ ସ୍କୁଲ ବନ୍ଦ ସହ କେବଳ ଅନଲାଇନରେ କ୍ଲାସ ଚାଲିଛି । ଅଭିଭାବକ ମାନଙ୍କର ରୋଜଗାର ହାନୀ ଯୋଗୁଁ ଓ ପ୍ରାଇଭେଟ ସ୍କୁଲ ମାନଙ୍କ ମନାମାନୀ ଯୋଗୁଁ ଏହି ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ଯାଇ ମାନ୍ୟବର କୋର୍ଟଙ୍କ ନିର୍ଦେଶ କ୍ରମେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଆପୋଷ ବୁଝାମଣା ହୋଇଛି । ବର୍ତମାନ ସିବିଏସଇର ନିର୍ଦେଶକୁ ଢାଲ କରି ନବମ ଓ ଏକାଦଶ ଶ୍ରେଣୀ ନାମ ପଞ୍ଜିକରଣ ତଥା ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଫର୍ମ ଫିଲପ ଆଳରେ ପ୍ରାଇଭେଟ ସ୍କୁଲମାନେ ଅଭିଭାବକ ମାନଙ୍କୁ ସ୍କୁଲକୁ ଡାକି ଅଫଲାଇନ ଫର୍ମ ଫିଲପ କରିବା ସହିତ ସବୁ ଫୀ ଜୋର ଜବରଦସ୍ତ ଓ ଧମକାଇ ଆଦାୟ କରୁଛନ୍ତି । ଏହି ସମୟରେ ଅନଲାଇନ କ୍ଲାସ ବନ୍ଦ କରିବା ପାଇଁ ମଧ୍ୟ ସ୍କୁଲମାନେ ପଛାଉନାହାନ୍ତି । ଅନଲାଇନ କେବଳ ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କୋଭିଡ ନିୟମରେ ସ୍ଥାନିତ କରିଛି । ଏହା କୋଭିଡ ମହାମାରୀ ଆଇନର ସମ୍ପୂର୍ଣ ଉଲଂଘନ ଅଟେ । ସେପଟେ ସିବିଏସଇ କର୍ତ୍ତୃପକ୍ଷଙ୍କର କରୋନା ସମୟରେ ଫି କମେଇବା ଓ ଆଦାୟ ନିଷ୍ପତି ରାଜ୍ୟ ସରକାର ନେଵା ପାଇଁ ସାର୍ଙ୍କୁଲାର ଜାରିକରିଥିଲେ । ମହାମାରୀରେ ରୋଜଗାର ନ ଥିବା ବେଳେ ଏ ଜରିମାନା ସହ ଫର୍ମ ଫିଲପ ନିର୍ଦେଶ ପ୍ରତ୍ୟାହାର ଓ ସମୟ ଅବଧି ବୃଦ୍ଧି ତଥା ପ୍ରତ୍ୟେକ ଅଭିଭାବକକୁ କେବଳ ଅନଲାଇନରେ ଫର୍ମ ପୂରଣ ଅନୁମତି ପ୍ରଦାନ, କୌଣସି ପିଲା କୌଣସି କାରଣରୁ ଅନଲାଇନ କ୍ଲାସରୁ ବଞ୍ଚିତ ନ ହେବା ପାଇଁ ପୂର୍ବରୁ ବହୁବାର ସିବିଏସଇ ଅଧ୍ୟକ୍ଷଙ୍କୁ ଦାବୀ ଜଣାଇଛି ଓଡିଶା ଅଭିଭାବକ ମହାସଂଘ । ମହାସଂଘ ପୂର୍ବରୁ ଦାବି କରିଥିବାରୁ କୌଣସି କାର୍ୟ୍ୟାନୁଷ୍ଠାନ ନ ହେବା ଫଳରେ ଆଜି ଉପରୋକ୍ତ ତିନି ଦଫା ଦାବୀ ନେଇ ସିବିଏସଇ ଆଞ୍ଚଳିକ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଥିଲା ଓଡିଶା ଅଭିଭାବକ ମହାସଂଘ । ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଧ୍ୟକତାରେ ଅନୁଷ୍ଠିତ ଏହି ଘେରାଓରେ ମହାସଂଘର କର୍ମକର୍ତା ମାନେ ବର୍ଷାକୁ ଖାତିର ନକରି ଯୋଗଦାନ କରିଥିଲେ କ୍ଷ ଆଞ୍ଚଳିକ ଅଧିକାରୀ ଟି ମାଟେଙ୍କ ନିମନ୍ତ୍ରଣ ପରେ ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଭୁବନେଶ୍ୱର ଜିଲ୍ଲା ଆବାହକ ଶଙ୍କର୍ଷଣ ସାମନ୍ତରାୟଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଆଞ୍ଚଳିକ ଅଧିକାରୀ ଶ୍ରୀ ଟି ଖୋଳେଟ ମାଟେ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଘଣ୍ଟିଆ ଆଲୋଚନା ହୋଇଥିଲା । ଆଲୋଚନା ମୁତାବକ ଅନଲାଇନରେ ଫର୍ମ ଫିଲପକୁ ସେ ସୁବ୍ୟବସ୍ଥିତ କରିବା ସହ ନିୟମ ଭାଙ୍ଗିଥିବା ସ୍କୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ନେବାପାଇଁ କହିଥିଲେ, ଏକ ସ୍କୁଲ ତାଲିକା ପ୍ରମାଣ ସହ ପ୍ରଦାନ କରିବାକୁ ସେ ମହାସଂଘକୁ ଅନୁରୋଧ କରିଥିଲେ । ସମୟ ଅବଧି ପରିବର୍ତନ ପାଇଁ ଓ ବିଳମ୍ବ ଫାଇନ ଛାଡ଼ କରିବାକୁ ସିବିଏସଈ ଅଧକ୍ଷ୍ୟଙ୍କୁ ଅନୁରୋଧ କରିବାକୁ କହିଥିଲେ । ଆଲୋଚନା ମୁତାବକ ପୂର୍ବ ନିର୍ଦେଶ ଅନୁଯାଇ ଅନଲାଇନ ରେ ଫର୍ମ ଫିଲପକୁ ସେ ସୁବ୍ୟବସ୍ଥିତ କରିବା ସହ ଅନ୍ୟ ଦୁଇଟି ଦାବୀ ତାଙ୍କ ପରିସରଭୁକ୍ତ ନୁହେଁ ତେଣୁ ସେ ଉପରିସ୍ଥ ଅଧିକାରୀ ଙ୍କୁ ତୁରନ୍ତ ଏହି ଦାବି ଜଣାଇବେ ବୋଲି ପ୍ରତିଶୁତି ଦେଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଜିର ଏହି ଧାରଣା ରେ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧକ୍ଷ୍ୟ ରଶ୍ମି ରଞ୍ଜନ କାନୁନଗୋ, ଉପଧାକ୍ଷ ଶିଶିର ସାହୁ, ଆଶୁତୋଷ ନନ୍ଦ,ଦେବାଶିଷ ପଟନାୟକ, ପଦ୍ମନାଭ ରାଉତ, କାର୍ତ୍ତିକ ସାହୁ, ରମେଶ ଭାରତୀ, ଅମୁଲ୍ୟ ପରିଡା, ସୂର୍ୟ୍ୟନାରାୟଣ ଜେନା ଓ ଅନ୍ୟ ୫୦ରୁ ଅଧିକ ଅଭିଭାବକ ଉପସ୍ଥିତ ରହି ଏହି ଘେରାଓକୁ ନେତୃତ୍ୱ କୋଭିଡ ନିୟମାନୁସାରେ ପାଳନକାରୀ ଯୋଗଦାନ ନେଇଥିଲେ ।