ବନ୍ୟା ଆଶଙ୍କା ଟଳିଲା
ବନ୍ୟା ଆଶଙ୍କା ଟଳିଲା
ଭୁବନେଶ୍ୱର: ବନ୍ୟା ଆଶଙ୍କା ଟଳିଛି । ମହାନଦୀରେ ଯେତିକି ପାଣି ଆସିଛି, ସେଥିରେ ବନ୍ୟା ବିପଦ ନାହିଁ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଉପରମୁଣ୍ଡରୁ ବର୍ଷା କମିଥିବାରୁ ହୀରାକୁଦ ଗୋଟିକ ପରେ ଗୋଟିଏ ଗେଟ ବନ୍ଦ କରି ଚାଲିଛି । ଏବେ କେବଳ ୧୮ଟି ଗେଟ ଖୋଲାଅଛି ।
ଜଳ ସମ୍ପଦ ବିଭାଗ କହିଛି, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଜଳସ୍ତର ଖସୁଛି । ତେଣୁ ବନ୍ୟା ବିପଦ ନାହିଁ । ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ କମିଛି । ଦିନ ୧୨ଟାବେଳେ ହୀରାକୁଦ ଜଳସ୍ତର ୬୨୮.୧୭ ଫୁଟ ଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩,୫୮,୨୦୧ କୁ୍ୟସେକ ଆସୁଥିଲା । ଛଡ଼ାଯାଉଛି ୩,୦୯,୧୧୦ କୁ୍ୟସେକ । ଖଇରମାଳରେ ୫.୬୯ ଲକ୍ଷ କୁ୍ୟସେକ, ବରମୁଳରେ ୬.୦୬ ଲକ୍ଷ କୁ୍ୟସେକ ଏବଂ ମୁଣ୍ଡୁଳିରେ ୬.୭୬ ଲକ୍ଷ କୁ୍ୟସେକ ଜଳ ନିଷ୍କାସିତ ହେଉଥିଲା । ନରାଜରେ ସତର୍କ ସଙ୍କେତ ଉପରେ ପାଣି ଚାଲିଛି ।
ଗତକାଲି ରାତି ଯାଏ ବିପଦ ସଙ୍କେତ ଉପରେ ଚାଲିଥିବା ସୁବର୍ଣ୍ଣରେଖା ଖସୁଛି । ସକାଳ ୯ଟାବେଳେ ଏହା ସତର୍କ ସଙ୍କେତ ଉପରେ ଥିଲା । ପାଣି ଖସୁଥିବାରୁ ବିପଦ ବି କମିଛି । ବୈତରଣୀ ଆଖୁଆପଦାରେ ସତର୍କ ସଙ୍କେତ ଉପରେ ଅଛି । ମାତ୍ର ଜଳସ୍ତର କମୁଥିବାରୁ ଆଉ ସେଭଳି ବିପଦ ନଥିବା ଜଳସମ୍ପଦ ବିଭାଗ କହିଛି । କେବଳ ଜଳକାରେ ଏବେ ବି ଜଳସ୍ତର ବିପଦ ସଙ୍କେତ ଉପରେ ଅଛି ।
ଏବେର ସ୍ଥିତି କେବଳ ତଳି ଇଲାକାରେ କିଛି କିଛି ଜାଗାରେ ପାଣି ପଶିପାରେ ।




admin 