ବାତିଲ୍ ଟ୍ରେନ୍ ପର୍ଯ୍ୟଟକ ଓ ଭକ୍ତଙ୍କ ବଢ଼ାଉଛି ଚିନ୍ତା 

ବାତିଲ୍ ଟ୍ରେନ୍ ପର୍ଯ୍ୟଟକ ଓ ଭକ୍ତଙ୍କ ବଢ଼ାଉଛି ଚିନ୍ତା 

ବାତ୍ୟା ଦାନାକୁ ନେଇ ସରକାରଙ୍କ ପକ୍ଷରୁ ଆର୍ଲଟ ଜାରି ହୋଇଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ସର୍ତକର୍ତ୍ତା ମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡିଛି l ସେପଟେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କ ନିରାପଦ ଦୃଷ୍ଟିରୁ ଖୁବଶୀଘ୍ର ପୁରୀ ଛାଡିବାକୁ ସରକାର ଅନୁରୋଧ କରିଥିବା ବେଳେ ଟ୍ରେନ ଉପରେ ନିର୍ଭର ଯାତ୍ରୀଙ୍କ ପାଇଁ ଏକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଛି ।

ବାତ୍ୟା ‘ଦାନା’ପାଇଁ ବ୍ୟାପକ ଟ୍ରେନ ବାତିଲ କରାଯାଇଛି । ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେ ପକ୍ଷରୁ  ସୂଚନା ଦିଆଯାଇଛି । ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ ବାତିଲ ହୋଇଛି । ସେଥିମଧ୍ୟରୁ ଅପ ଟ୍ରେନ ୮୫ ଏବଂ ଡାଉନ ଟ୍ରେନ ୯୩ଟି ରହିଛି । ସେ ସବୁ  ଟ୍ରେନ୍‌ ମଧ୍ୟରୁ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ ହୋଇଛି ।

ସେହିପରି ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ ହୋଇଛି । ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର  ମଧ୍ୟ ବାତିଲ ହୋଇଛି । ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚୋରୀ-ଭୁବନେଶ୍ୱର ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି ।