ବଜ୍ରପାତରେ ଚାଲିଗଲା ୩ଜୀବନ

ବଜ୍ରପାତରେ ଚାଲିଗଲା ୩ଜୀବନ

ବଜ୍ରପାତରେ ଚାଲିଗଲା ୩ଜୀବନ

ବଲାଙ୍ଗିର:ବଲାଙ୍ଗିିର ଜିଲ୍ଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଅଘଟଣ ଘଟିଛି। ବଜ୍ରାଘାତରେ ଚାଲିଗଲା ତିନିଜଣଙ୍କ ଜୀବନ। ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା।

ବଜ୍ରପାତରେ ପୋଖରୀ କୂଳରେ ଟଳି ପଡିଥିଲେ ତିନିଜଣ। ଖବର ପାଇ ପରିବାର ଲୋକେ ୩ଜଣଙ୍କୁ ଲୋଇସିଂହା ହସ୍ପିଟାଲ୍‌କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।