ବଜେଟ୍‌ ଅଧିବେଶନ ସକରାତ୍ମକ ହେବ: ପ୍ରଧାନମନ୍ତ୍ରୀ

ବଜେଟ୍‌ ଅଧିବେଶନ ସକରାତ୍ମକ ହେବ: ପ୍ରଧାନମନ୍ତ୍ରୀ

ବଜେଟ୍‌ ଅଧିବେଶନ ସକରାତ୍ମକ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବଜେଟ୍ ଅଧିବେଶନରେ ସକରାତ୍ମକ ଆଲୋଚନା ହେବା ନେଇ ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ସମସ୍ତ ସାଂସଦଙ୍କୁ ବଜେଟ ଅଧିବେଶନକୁ ମୋଦି ସ୍ୱାଗତ କରିଛନ୍ତି। ଆଜିଠୁ ସଂସଦର ବଜେଟ ଅଧିବଶନ। ୧୧ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ୟ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି।  

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସମସ୍ତ ସାଂସଦ ଓ ଦଳ ଉତ୍ତମ ଚିନ୍ତାଧାରା ନେଇ ଆଲୋଚନା କରିବେ ବୋଲି ମୋର ଆଶା। ତେବେ ନିର୍ବାଚନର ପ୍ରଭାବ ବଜେଟ ଅଧିବେଶ ଉପରେ ପଡିବା ଉଚିତ ନୁହେଁ। ଆଜିର ବୈଶୟିକ ସ୍ଥିତିରେ ଭାରତ ପାଇଁ ଅନେକଗୁଡିଏ ସୁଯୋଗ ରହିଛି। ଏହି ଅଧିବେଶନ ଦେଶର ଅର୍ଥନୈତିକ ପ୍ରଗତି, ଟିକାକରଣ କାର୍ୟ୍ୟକ୍ରମ, ମେଡ ଇନ୍ ଇଣ୍ଡିଆ ଟିକା ବିଷୟରେ ବିଶ୍ୱରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ମୋଦି କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ସେହିପରି ମଙ୍ଗଳବାର ଦିନ ସାଧାରଣ ବଜେଟ ଉପସ୍ଥାପିତ ହେବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭା ଭିନ୍ନ ଭିନ୍ନ ସମୟରେ ଚାଲିବ। ଫେବୂଆରୀ ୨ରୁ ୧୧ ତାରିଖ ମଧ୍ୟରେ ରାଜ୍ୟସଭା ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ଏବଂ ଲୋକସଭା ଅପରାହ୍ଣ ୪ଟାରୁ ରାତି ୯ ଟା ପର୍ୟ୍ୟନ୍ତ ଚାଲିବ। ବଜେଟ ଉପସ୍ଥାପନ ପୂର୍ବରୁ ଆଜି ଅପରାହ୍ନ ୩ଟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହେବ। ଏଥିରେ ବଜେଟର ରୂପରେଖ ସଂପର୍କରେ ଆଲୋଚନା କରାଯିବ।