ବଜେଟକୁ ନେଇ ଏପରି କହିଲେ ମମତା ବାନାର୍ଜୀ

ବଜେଟକୁ ନେଇ ଏପରି କହିଲେ ମମତା ବାନାର୍ଜୀ

ବଜେଟକୁ ନେଇ ଏପରି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ:  ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ  ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । ତେବେ କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ୨୦୨୩-୨୪ ସାଧାରଣ ବଜେଟ୍ ଗରିବ ବିରୋଧୀ। ଏହି ବଜେଟ୍ କେବଳ ଗୋଟିଏ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି ଯେ ବଜେଟ୍‌ରେ ବେରୋଜଗାରୀ ହ୍ରାସ କରିବା କିମ୍ବା ଭବିଷ୍ୟତର ସମସ୍ୟା ସମାଧାନ ଲାଗି ବ୍ୟବସ୍ଥା କରାଯାଇ ନାହିଁ। ଆୟକର ସ୍ଲାବରେ ପରିବର୍ତ୍ତନ ଗରିବଙ୍କ ପାଇଁ କୌଣସି ଲାଭ ହେବ ନାହିଁ। ଏହା ଏକ ସୁବିଧାବାଦୀ ବଜେଟ୍। ଏଥିରେ ଗରିବ କିମ୍ବା ସାଧାରଣ ଜନତା ଉପକୃତ ହେବ ନାହିଁ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଜେଟ୍‌‌େ‌ର ନିଜ ପ୍ରସ୍ତୁତି କରିଛନ୍ତି।