ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଜିମ୍‌ରୁ ୧୯ ଲକ୍ଷ ଟଙ୍କା ଓ ମଦ ଜବତ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଜିମ୍‌ରୁ ୧୯ ଲକ୍ଷ ଟଙ୍କା ଓ ମଦ ଜବତ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଜିମ୍‌ରୁ ୧୯ ଲକ୍ଷ ଟଙ୍କା ଓ ମଦ ଜବତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଗିରଫ ଘଟଣା। ସେଜିଙ୍କ ଜିମ୍‌ରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ। ପୋଲିସ ବୁଧବାର ରାତିରେ ଜିମରେ ଚଢ଼ାଉ କରି ଏହିସବୁ ଜବତ କରିଥିବାର ସୂଚନା ମିଳିଛି। ଅନ୍ୟପକ୍ଷେ, ଆଜି ସକାଳେ ବେଲପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ସେଜି ସିଂ ସାଲୁଜାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

ପ୍ରକାଶ ଥାଉକି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା ବୁଧବାର ଆଲିଶାନ ସିନେମା ହଲରେ କେତେକ ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିଲେ। ହାତାହାତି ହୋଇଥିଲେ। ଏହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓ ଆଧାରରେ ପୋଲିସ ସେଜିଙ୍କୁ ରାତାରାତି ଗିରଫ କରିଥିଲା।