ବଜେଟକୁ ନେଇ ଏପରି କହିଲେ ଅରବିନ୍ଦ କେଜ୍ରିୱାଲ
ବଜେଟକୁ ନେଇ ଏପରି କହିଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । ତେବେ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତେ ଅମୃତ କାଳ ଆଣି ଦେଇଛି। ଏହା ଦେଶର ସାଧାରଣ ଜନତାଙ୍କ ନିମନ୍ତେ ଅମୃତ କାଳ ନୁହେଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଲୋକେ ଅମୃତକାଳର ସ୍ବାଦ ପାଇପାରୁ ନାହାନ୍ତି। ସେହିପରି ବଜେଟ୍ରେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି। ଦିଲ୍ଲୀ ସହରବାସୀ ଗତବର୍ଷ ୧.୭୫ ଲକ୍ଷ କୋଟି ଟିକସ ଦେଇଥିବାବେଳେ ଦିଲ୍ଲୀ ପାଇଁ ବଜେଟ୍ରେ ମାତ୍ର ୩୨୫ କୋଟି ଟଙ୍କା ବରାଦ କରାଯାଇଛି। ଆପ୍ ମୁଖପାତ୍ର ସଞ୍ଜୟ ସିଂହ କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କ ମୁଣ୍ଡପିଛା ଆୟ ଦ୍ବିଗୁଣିତ ହୋଇଥିବା କହିଛନ୍ତି। ମାତ୍ର ବାସ୍ତବରେ କାହାର ରୋଜଗାର ଦ୍ବିଗୁଣିତ ହୋଇଛି ତାହା ବୁଝାପଡୁ ନାହିଁ।




admin 