ଫେରୁଛି କି କରୋନ! ଜାଣନ୍ତୁ କଣ ରହିଛି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ

ଫେରୁଛି କି କରୋନ! ଜାଣନ୍ତୁ କଣ ରହିଛି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ

ଫେରୁଛି କି କରୋନ! ଜାଣନ୍ତୁ କଣ ରହିଛି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବଢ଼ୁଛି। କଡ଼ ଲେଉଟାଉଛି କରୋନା। ଦୁଇଦିନ ହେଲା ୨ ହଜାର ଉପରେ ରହୁଛି ସଂକ୍ରମଣ ସଂଖ୍ୟା। ବିଶେଷକରି ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା।  ତେଣୁ ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି । ସତର୍କ ରହିବାକୁ ହେବ । ଆମର ସଂକ୍ରମଣ ଯଦି ବଢ଼ିବ । ତାକୁ କିଭଳି ଆୟତ୍ତ କରାଯିବ। ତାପରେ ଗୁରୁତ୍ୱ ଦିଆଯାଇଛି । ଆଜି ରାଜ୍ୟରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ଥିତି ଏବେ ଭଲ ଅଛି ।  ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମହଜୁଦ ଅଛି ।  

 କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଭିଡଠୁ ଦୂରେଇ ରହିବା ଦରକାର । ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ବାଧ୍ୟତାମୂଳକ କରଯାଇଛି । ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ।

ବାଧ୍ୟତାମୂଳକ କରଯାଇଛି । ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ।