ଫେବୃୟାରୀ ୧୬ରୁ ୫ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ
ଫେବୃୟାରୀ ୧୬ରୁ ୫ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ବର: ବାଜିଛି ପଞ୍ଚାୟତ ନିର୍ବାଚନ ବିଗୁଲ। ଆସନ୍ତା ଫେବ୍ରୁଆରି ୧୬ ତାରିଖରୁ ୫ଟି ପର୍ୟ୍ୟାୟରେ ନିର୍ବାଚନ ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର୍ ଆଦିତ୍ୟ ପାଢ଼ୀ ଘୋଷଣା କରିଛନ୍ତି। ନିର୍ବାଚନ ସମୟକୁ ୧ଟା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଫେବ୍ରୁଆରି ମାସ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୬ ତାରିଖରେ ୭୧ଟି ଜିଲ୍ଲାର ୨୦୨ ଜିଲ୍ଲାପରିଷଦ ଜୋନ୍ର ଭୋଟ୍ ଗ୍ରହଣ ହେବ। ଭୋଟ୍ ଗଣତି ଫେବ୍ରୁଆରି ୨୬ରୁ ୩ ଦିନ ଚାଲିବ। ଏବଂ ଏହା ୨୮ ତାରିଖରେ ଶେଷ ହେବ। ଜିଲ୍ଲାପରିଷଦ ଜୋନ୍ ଅନୁଯାୟୀ ଗଣତି ହେବ। ବିଜ୍ଞପ୍ତି ପ୍ରକାଶ ପାଇବ ଜାନୁଆରି ମାସ ୧୩ ତାରିଖରେ। ମନୋନୟନ ପତ୍ର ବିକ୍ରି ୧୭ ତାରିଖରୁ ଆରମ୍ଭ ହେବ। ମନୋନୟନ ପତ୍ର ଯାଞ୍ଚ ୨୨ ତାରିଖରେ ଏବଂ ପ୍ରତ୍ୟାହାର ତାରିଖ ୨୫ ତାରିଖ ରଖାଯାଇଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ୨୫ ତାରିଖରେ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।




admin 