ଆଜିଠାରୁ ଲାଗୁହେଲା ଆଚରଣ ବିଧି
ଆଜିଠାରୁ ଲାଗୁହେଲା ଆଚରଣ ବିଧି
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ଯାଇଛି। ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହା ଗଣତି ଶେଷ ଅର୍ଥା ଫେବୃୟାରି ୨୮ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ।
ଆଜି ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଉକ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ ନେଇ ଶ୍ରୀ ପାଢୀ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା କରୋନା କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ହେବ । ଆଉ ୫ଟି ପର୍ୟ୍ୟାରେ ହେବ ପଞ୍ଚାୟତ ଭୋଟ । ଆସନ୍ତା ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ଏହାଛଡ଼ା ଫେବୃଆରୀ ୨୫, ୨୭ ଓ ୨୮ରେ ଭୋଟ ଗଣତି ହେବ । ତେବେ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ନେଇ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀ ପାଢୀ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା ।
- ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି ।
- ଭୋଟ ଗ୍ରହଣ ସରିଲେ ବ୍ଲକସ୍ତରରେ ହେବ ଭୋଟ ଗଣତି
- ସକାଳ ୭ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ କରାଯିବ
- ପ୍ରଚାର ପାଇଁ ପଥପ୍ରାପ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ
- ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାଥୟୀମାନେ ଘରକୁ ଘର ପ୍ରଚାର କରିପାରିବେ
- ଡବଲ ଡୋଜ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ଅନୁମତି
-୫ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ଭୋଟ ଗ୍ରହଣ
-ଆଜି ଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ
ପ୍ରକାଶ ଯେ ଗତକାଲି ଆୟୋଜିତ ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟପାଳଙ୍କ ବ୍ୟତୀତ ପୁଲିସ୍ ଡିଜି ସୁନୀଲ ବଂଶଲ ଓ ଗୃହ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ । ତେଣୁ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ଗତକାଲି ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ମାନେ ପଞ୍ଚାୟତ ନିର୍ବାଚନ ୩ମାସ ଘୁଞ୍ଚାଇବାକୁ ଦାବି କରିଥିଲେ। କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ। ଏହା ସହିତ ପଛୁଆ ବର୍ଗ ଓ ଏସ୍ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଅପରପକ୍ଷେ, ବିଜେଡି କିନ୍ତୁ ଠିକ୍ ସମୟରେ ନିର୍ବାଚନ ସପକ୍ଷରେ ମତ ଦେଇଥିଲା ।




admin 